Advertisment

“ହରପେସ୍‌” ନେଉଛି ହାତୀଙ୍କ ଜୀବନ, ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ହାତୀ ମଡ଼କ। ୨୫ ଦିନରେ ତିନି ଗଲାଣି ତିନିଟି ହାତୀଙ୍କ ଜୀବନ। ପ୍ରାଣୀ ଉଦ୍ୟାନର ହାତୀ ଖୁଆଡ଼କୁ ଏବେ ହରପେସ୍ ଭୂତାଣୁ ଆତଙ୍କ ମଚାଇଥିବା ବେଳେ ଏହାର ମୁକାବିଲା ପାଇଁ ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ। ହରପେସ୍‌ ଭୂତାଣୁ ପାଇଁ ଏଯାଏଁ ପ୍ରତିଷେଧକ ନାହିଁ। ଏପରି ସ୍ଥଳେ ମହାମାରୀର ରୂପ ନେଇଥିବା ଏହି ଭୂତାଣୁକୁ କେମିତି ରୋକିହେବ, ତାର ଉପାୟ ଖୋଜୁଛି ବନ ବିଭାଗ। ଅଗଷ୍ଟ ୨୫ ତାରିଖରେ ମାଈ ହାତୀ ‘ଜୁଲି’ର ମୃତ୍ୟୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
“ହରପେସ୍‌” ନେଉଛି ହାତୀଙ୍କ ଜୀବନ, ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ

elephant-death-in-nandankanan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ହାତୀ ମଡ଼କ। ୨୫ ଦିନରେ ତିନି ଗଲାଣି ତିନିଟି ହାତୀଙ୍କ ଜୀବନ। ପ୍ରାଣୀ ଉଦ୍ୟାନର ହାତୀ ଖୁଆଡ଼କୁ ଏବେ ହରପେସ୍ ଭୂତାଣୁ ଆତଙ୍କ ମଚାଇଥିବା ବେଳେ ଏହାର ମୁକାବିଲା ପାଇଁ ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ। ହରପେସ୍‌ ଭୂତାଣୁ ପାଇଁ ଏଯାଏଁ ପ୍ରତିଷେଧକ ନାହିଁ। ଏପରି ସ୍ଥଳେ ମହାମାରୀର ରୂପ ନେଇଥିବା ଏହି ଭୂତାଣୁକୁ କେମିତି ରୋକିହେବ, ତାର ଉପାୟ ଖୋଜୁଛି ବନ ବିଭାଗ।

Advertisment

ଅଗଷ୍ଟ ୨୫ ତାରିଖରେ ମାଈ ହାତୀ ‘ଜୁଲି’ର ମୃତ୍ୟୁ ହୋଇଥିଲା। ସେହିପରି ସେପ୍ଟେମ୍ବର ୧୫ ତାରିଖରେ ଦନ୍ତା ‘ଚନ୍ଦନ’ ଓ ଗତକାଲି ଆଖି ବୁଜିଛି ୭ ବର୍ଷର ମାଈ ହାତୀ ‘କମଳା’। ଜୁଲି ଓ ଚନ୍ଦନଙ୍କ ପୋଷ୍ଟମୋର୍ଟମ୍ ରିପୋର୍ଟରୁ ହରପେସ୍ ଭୂତାଣୁ ଜନିତ ବୋଲି ସ୍ପଷ୍ଟ ହୋଇଥିଲା। ଆଉ ଗତକାଲି ମୃତ କମଳାର ବ୍ଲଡ୍‌ ସାମ୍ପୁଲରୁ ଏହି ଭୂତାଣୁ ଠାବ ହେବା ପରେ ମହାମାରୀର ରୂପ ନେଉଛି ମାରାତ୍ମକ ହରପେସ୍।

ବିଶେଷଜ୍ଞଙ୍କ କହିବା ଅନୁସାରେ ସାଧାରଣତଃ ଅଳ୍ପ ବୟସର ହାତୀଙ୍କୁ ସଂକ୍ରମଣ କରୁଛି ଏହି ଭୂତାଣୁ। ଏଯାଏଁ ଏହି ଭୂତାଣୁର କୌଣସି ପ୍ରତିଷେଧକ ନଥିବା ବେଳେ ସଂକ୍ରମଣ ହେବା ମାତ୍ରେ ହାତୀ ଖାଦ୍ୟ ଛାଡ଼ି ଦେଉଥିବାରୁ ଉପାୟଶୂନ୍ୟ ହୋଇପଡ଼ୁଛନ୍ତି ଚିକିତ୍ସକ।

Advertisment

[caption id="attachment_437199" align="aligncenter" width="750"]publive-imageଅସୁସ୍ଥ ଗୌରୀ[/caption]

ମାସକ ତଳେ ନନ୍ଦନକାନନରେ ହାତୀ ସଂଖ୍ୟା ଥିଲା ୮। ହେଲେ ମହାମାରୀ ହରପେସ୍‌ ଆବିର୍ଭାବ ହେବା ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୫କୁ ଖସିଛି। ତେବେ ଚିନ୍ତାର ବିଷୟ ଏହି ଭୂତାଣୁ କବଳରେ ପଡ଼ିଛି ମାଈ ହାତୀ “ଗୌରୀ”। ଏବେ “ଗୌରୀ”କୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। “ଗୌରୀ”କୁ ହାଇପାଓ୍ୱାର ମେଡିସିନ ଡୋଜ୍‌ ସହ ପ୍ରତି ୧୨ ଘଣ୍ଟାରେ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି। ତା’ ଅବସ୍ଥାରେ ସୁଧାର ଆସିଥିବା ନେଇ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହୁଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇନି। ଏଣେ “ଗୌରୀ”ଠାରୁ ଯେପରି ଭୂତାଣୁ ଅନ୍ୟମାନଙ୍କୁ ନବ୍ୟାପିବ, ସେଥିପାଇଁ ତାକୁ ଅଲଗା ରଖାଯିବା ସହ ହାତୀଙ୍କ ବାସସ୍ଥଳୀକୁ ସଫାସୁତରା ଓ ରିତିମତ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

ଏହା ପୂର୍ବରୁ ଗତ ୨୦୧୨ରେ ନନ୍ଦନକାନରେ ସମାନ ଢଙ୍ଗରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କ ମଚାଇଥିଲା ଟ୍ରିପାନୋ ସେମିଆସିସ୍ ରୋଗ। ଏହି ରୋଗରେ ବିରଳ ୮ ଧଳା ବାଘଙ୍କ ସହ ୧୨ଟି ବାଘଙ୍କ ଜୀବନ ଯାଇଥିଲା। ଏହି ଘଟଣାର ପ୍ରାୟ ୭ ବର୍ଷ ପରେ ପ୍ରାଣୀ ଉଦ୍ୟାନକୁ ପୁଣି ହାତୀ ମଡ଼କ ଫେରିଥିବାରୁ ଏହାକୁ ନେଇ ଚିନ୍ତାରେ ପଶୁପ୍ରେମୀ ଓ ପରିବେଶବିତ୍।