Advertisment

ଅଟୋ ଉପରେ ମାଡ଼ିଗଲା ଟ୍ରକ, ୩ ଶ୍ରମିକ ମୃତ

କୋରାପୁଟ(ଓଡ଼ିଶା ରିପୋର୍ଟର): ପ୍ରତିଦିନ ଭଳି ଶ୍ରମିକମାନେ କାମ ସାରି ମଜୁରୀ ଧରି ଅଟୋରେ ଘରକୁ ଫେରୁଥିଲେ। ହେଲେ ବାଟରେ ଏହି ଅଟୋ ଉପରେ ମାଡ଼ିଗଲା ଟ୍ରକ୍। ଯେଉଁଥିରେ ଅଟୋରେ ବସିଥିବା ୩ ଜଣଙ୍କ ମୃତ ହୋଇଥିଲା ବେଳେ ୯ ଆହତ ହୋଇଛନ୍ତି। ଯାହା ମଧ୍ୟରୁ ୫ ଜଣ ଗୁରୁତର ରହିଛନ୍ତି। ମୃତାହତଙ୍କ ପରିଚୟ ମିଳିପାରିନି। ସଦର ଥାନା ଦୟାନିଧିଗୁଡ଼ା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସମସ୍ତ ଶ୍ରମିକମାନ କୋରାପୁଟର ନିକଟସ୍ଥ ମୂଷାଗୁଡ଼ାକୁ ଆସୁଥିଲେ। ଦୁର୍ଘଟଣା […]

author-image
Niranjan Mishra
ଅଦ୍ୟତନ ହୋଇଛି
ଅଟୋ ଉପରେ ମାଡ଼ିଗଲା ଟ୍ରକ, ୩ ଶ୍ରମିକ ମୃତ

accident

କୋରାପୁଟ(ଓଡ଼ିଶା ରିପୋର୍ଟର): ପ୍ରତିଦିନ ଭଳି ଶ୍ରମିକମାନେ କାମ ସାରି ମଜୁରୀ ଧରି ଅଟୋରେ ଘରକୁ ଫେରୁଥିଲେ। ହେଲେ ବାଟରେ ଏହି ଅଟୋ ଉପରେ ମାଡ଼ିଗଲା ଟ୍ରକ୍। ଯେଉଁଥିରେ ଅଟୋରେ ବସିଥିବା ୩ ଜଣଙ୍କ ମୃତ ହୋଇଥିଲା ବେଳେ ୯ ଆହତ ହୋଇଛନ୍ତି। ଯାହା ମଧ୍ୟରୁ ୫ ଜଣ ଗୁରୁତର ରହିଛନ୍ତି। ମୃତାହତଙ୍କ ପରିଚୟ ମିଳିପାରିନି। ସଦର ଥାନା ଦୟାନିଧିଗୁଡ଼ା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ସମସ୍ତ ଶ୍ରମିକମାନ କୋରାପୁଟର ନିକଟସ୍ଥ ମୂଷାଗୁଡ଼ାକୁ ଆସୁଥିଲେ। ଦୁର୍ଘଟଣା ପରେ ୨ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକସ୍ଥ ଡାକ୍ତରଖାନାକୁ ନେଇଥିଲା। ଭାରସାମ୍ୟ ହରାଇ ଟ୍ରକ ଏହି ଅଟୋକୁ ଧକ୍କା ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଲାଇଛି। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ସ୍ଥାନଟି ସମ୍ପୂର୍ଣ୍ଣ ରକ୍ତରଞ୍ଜିତ ହୋଇଯାଇଥିଲା।

ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତି କହିଛନ୍ତି, ଟ୍ରକ ଏତେ ଜୋର ଧକ୍କା ଦେଇଥିଲା ଯେ ସେ ଓ ଅନ୍ୟ କିଛି ଶ୍ରମିକ ଅଟୋ ଭିତରୁ ଛିଟିକି ବାହାରେ ପଡ଼ିଥିଲେ। ତେଣୁ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। ହେଲେ ଅଟୋଭିତରେ ରହିଯାଇଥିବା ଲୋକଙ୍କ ମୃତ୍ୟୁ କିମ୍ବା ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇ ଟ୍ରକ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପ୍ରତ୍ୟେକ୍ଷଦର୍ଶୀ ଜଣେ ବ୍ୟକ୍ତି ବାଇକରେ ଫଲୋ କରି ଡ୍ରାଇଭରକୁ ଅଟକାଇଥିଲା।

Advertisment