Advertisment

ଟ୍ରକ୍‌କୁ ପଛପଟୁ ପିଟିଲା କାର୍‌; ୩ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଙ୍ଗା ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ୍‌ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ଏକ କାର୍‌ ପଛପଟୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ। ଆହତ ହୋଇଥିବା ମହିଳାଙ୍କ ନାଁ ସଙ୍ଗୀତା ଅଗ୍ରଓ୍ୱାଲ। ସମସ୍ତଙ୍କ ଘର ବୀରମିତ୍ରପୁର […]

ଟ୍ରକ୍‌କୁ ପଛପଟୁ ପିଟିଲା କାର୍‌; ୩ ମୃତ, ଜଣେ ଗୁରୁତର

car2

Advertisment

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଙ୍ଗା ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ୍‌ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ଏକ କାର୍‌ ପଛପଟୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ। ଆହତ ହୋଇଥିବା ମହିଳାଙ୍କ ନାଁ ସଙ୍ଗୀତା ଅଗ୍ରଓ୍ୱାଲ। ସମସ୍ତଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଏମାନେ ସମସ୍ତେ ସମ୍ବଲପୁରରେ ଆୟୋଜିତ ଏକ ଭଜନ ସମାରୋହରେ ଯୋଗ ଦେଇ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାର୍‌ ଡ୍ରାଇଭର ଫେରାର ହୋଇଯାଇଥିଲା।

car1ଗତକାଲି ରାତି ୧୦ଟା ୩୦ମିନିଟ୍‌ରୁ ୧୧ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଭାବେ ଆହତ ହୋଇଥିବା ସଙ୍ଗୀତାଙ୍କୁ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।

Advertisment

ଗାଡ଼ିଟି ଦ୍ରୁତ ଗତିରେ ଥିବା ଯୋଗୁ ଭାରସାମ୍ୟ ହରାଇ ଟ୍ରକ୍‌ ପଛପଟେ ପିଟି ହୋଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe