Advertisment

ଗଛରେ ପିଟି ହୋଇ ଓଲଟି ପଡ଼ିଲା ୪୦୭, ୩ ମୃତ

ଫୁଲବାଣୀ (ତ୍ରିନାଥ ସାହୁ): ଗଛରେ ପିଟି ହୋଇ ଓଲଟି ପଡ଼ିଲା ୪୦୭ ଡାଲାଗାଡ଼ି। ଚାଲିଗଲା ୩ ଜୀବନ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ କୁତିବାଲି ନିକଟରେ। ୩ ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଦୁଇ ଜଣ ଯୁବତୀ ଅଛନ୍ତି। ମୃତକ ମାନେ ସ୍ମିତା ଗୁଣ୍ଡରା ମାଝୀ, ମେରଗୁଡ଼ାଲୁ ମାଝୀ ଓ ଅନାମଇ ମାଝି ବୋଲି ଜଣାପଡ଼ିଛି। ସେମାନଙ୍କ ବ୍ୟତୀତ ଏହି ଗାଡ଼ିରେ ଆହୁରି ପ୍ରାୟ ୩୦ ଜଣ ଲୋକ ଥିବା ବେଳେ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଗଛରେ ପିଟି ହୋଇ ଓଲଟି ପଡ଼ିଲା ୪୦୭, ୩ ମୃତ

Accident

ଫୁଲବାଣୀ (ତ୍ରିନାଥ ସାହୁ): ଗଛରେ ପିଟି ହୋଇ ଓଲଟି ପଡ଼ିଲା ୪୦୭ ଡାଲାଗାଡ଼ି। ଚାଲିଗଲା ୩ ଜୀବନ। ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ କୁତିବାଲି ନିକଟରେ।

Advertisment

୩ ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଦୁଇ ଜଣ ଯୁବତୀ ଅଛନ୍ତି। ମୃତକ ମାନେ ସ୍ମିତା ଗୁଣ୍ଡରା ମାଝୀ, ମେରଗୁଡ଼ାଲୁ ମାଝୀ ଓ ଅନାମଇ ମାଝି ବୋଲି ଜଣାପଡ଼ିଛି। ସେମାନଙ୍କ ବ୍ୟତୀତ ଏହି ଗାଡ଼ିରେ ଆହୁରି ପ୍ରାୟ ୩୦ ଜଣ ଲୋକ ଥିବା ବେଳେ ସମସ୍ତେ ଆହତ ହୋଇଛନ୍ତି। ସମସ୍ତ ମୃତାହତ ଅଟାଲି ଗାଁର। ସେମାନେ ମାଦାଙ୍ଗୀ ଗାଁରେ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ।

ଦୁର୍ଘଟଣା ପରେ ପଛରୁ ଆସୁଥିବା ଗାଡ଼ିରେ ଆହତମାନଙ୍କୁ ପ୍ରଥମେ କୋଟଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ କେତେକ ଆହତଙ୍କୁ ବାଲିଗୁଡ଼ା ଡାକ୍ତରଖାନାକୁ ଓ ଆଉ କେତେକଙ୍କୁ ବିଷମକଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Advertisment

ଦ୍ରୁତଗତି ଯୋଗୁ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହେଲା ନା ଆଉ କିଛି ଘଟିଥିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। କୋଟଗଡ଼ ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ଜଣାପଡ଼ିଛି।

Accident Roadaccident