Advertisment

ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଦୁର୍ଘଟଣା: ୩ ମୃତ, ୫ ଗୁରୁତର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପିକ୍‌ନିକ୍‌ ସାରି ବୋଲେରୋରେ ଫେରୁଥିଲେ ଆଠ ସାଙ୍ଗ। ହେଲେ ବାଟରେ ପିଟି ଦେଇ ପଳାଇଲା କୌଣସି ଏକ ବଡ଼ ଗାଡ଼ି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବଲାଙ୍ଗିର-ସୋନପୁର ରାଜରାସ୍ତାର ରଣ୍ଡା ଛକ ନିକଟରେ। ସମସ୍ତ ମୃତାହତ ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଝରେଇବାହାଲି, ଚିକଲବାହାଲ, ଚାଣ୍ଟିମୁଣ୍ଡା, ସାନ୍ତମୁଣ୍ଡା ଓ ବିଡ଼ିଘାଟ ଗାଁର ବୋଲି ଜଣାପଡ଼ିଛି। ଆଜି ସକାଳ […]

ଅଦ୍ୟତନ ହୋଇଛି
ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଦୁର୍ଘଟଣା: ୩ ମୃତ, ୫ ଗୁରୁତର

Accident

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପିକ୍‌ନିକ୍‌ ସାରି ବୋଲେରୋରେ ଫେରୁଥିଲେ ଆଠ ସାଙ୍ଗ। ହେଲେ ବାଟରେ ପିଟି ଦେଇ ପଳାଇଲା କୌଣସି ଏକ ବଡ଼ ଗାଡ଼ି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବଲାଙ୍ଗିର-ସୋନପୁର ରାଜରାସ୍ତାର ରଣ୍ଡା ଛକ ନିକଟରେ। ସମସ୍ତ ମୃତାହତ ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଝରେଇବାହାଲି, ଚିକଲବାହାଲ, ଚାଣ୍ଟିମୁଣ୍ଡା, ସାନ୍ତମୁଣ୍ଡା ଓ ବିଡ଼ିଘାଟ ଗାଁର ବୋଲି ଜଣାପଡ଼ିଛି।

Advertisment

ଆଜି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଯୁବକମାନେ ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାରକୁ ପିକ୍‌ନିକ୍ କରିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରଣ୍ଡା ଛକରେ କୌଣସି ବଡ଼ ଗାଡ଼ି ସେମାନଙ୍କ ଗାଡ଼ିକୁ ଧକ୍କା ଦେଇ ପଳାଇଥିଲେ। ଏଥିରେ ବୋଲେରୋଟି ଚୂରମାର ହୋଇଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ମୃତକମାନେ ହେଉଛନ୍ତି ବିଡ଼ିଘାଟି ଗାଁର ଭଗବାନ ନାଗ, ଚାଣ୍ଡିମୁଣ୍ଡା ଗାଁର ଅଭିଷେକ ଭୋଇ ଓ ଚିକଲବାହାଲ ଗାଁର ଘନଶ୍ୟାମ ହାତୀ। ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ୫ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତଙ୍କ ବୟସ ୨୫/୨୬ ବର୍ଷ ଭିତରେ ହେବ ବୋଲି ଜଣାପଡ଼ିଛି।

Advertisment

କୁହାଯାଉଛି, ବୋଲେରୋଟିକୁ ଏକ ହାଇୱା ଧକ୍କା ଦେଇ ପଳାଇଥିଲା। ଏହି ଦୁର୍ଘଟଣା ଘଟିବା ସମୟରେ ସେଠାରେ ପ୍ରବଳ କୁହୁଡ଼ି ପଡ଼ିଥିଲା। କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଦୁର୍ଘଟଣା କେମିତି ଘଟିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe