Advertisment

ଲ୍ୟାମ୍ପସରୁ ତାଲା ଭାଙ୍ଗି ନେଇଗଲେ ତିନି ଲକ୍ଷ ଟଙ୍କା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସୋରଡା ହାତୀବାରୀ ଲ୍ୟାମ୍ପସରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଲ୍ୟାମ୍ପସର ଗେଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ଅଫିସ ଭିତରେ ଥିବା ଆଲମିରାର ତାଲା ଭାଙ୍ଗି ଲକରରେ ଥିବା ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। […]

ଅଦ୍ୟତନ ହୋଇଛି
ଲ୍ୟାମ୍ପସରୁ ତାଲା ଭାଙ୍ଗି ନେଇଗଲେ ତିନି ଲକ୍ଷ ଟଙ୍କା

666666666666666666666

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସୋରଡା ହାତୀବାରୀ ଲ୍ୟାମ୍ପସରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଲ୍ୟାମ୍ପସର ଗେଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ଅଫିସ ଭିତରେ ଥିବା ଆଲମିରାର ତାଲା ଭାଙ୍ଗି ଲକରରେ ଥିବା ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଆଜି ସକାଳେ ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶିକା ପ୍ରିୟଙ୍କା ସାହୁ ଅଫିସରେ ପହଞ୍ଚି ଆଲମିରା ଭଙ୍ଗା ଯାଇଥିବା ଦେଖିଥିଲେ। ଏନେଇ ବିଶ୍ରା ଥାନାକୁ ଖବର ଦେଇଥିଲେ। ବିଶ୍ରା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଅଟକ ରଖିଛି ।

ସୂଚନାଯୋଗ୍ୟ, ଏହି ଅଞ୍ଚଳ ଓଡ଼ିଶା-ଝାରଖଣ୍ଡ ସୀମାରେ ଥିବାରୁ ଚୋରି ଘଟଣାରେ ପଡ଼ୋଶୀ ଝାରଖଣ୍ଡ ଅପରାଧୀଙ୍କ ହାତଥିବା ସନ୍ଦେହ କରାଯାଉଛି ।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe