Advertisment

ହସଖୁସିରେ ବାପାଙ୍କ ସହ ବୁଲିବାକୁ ଯାଇଥିଲେ ଭାଇ ଭଉଣୀ, ହେଲେ କିଏ ଜାଣିଥିଲା...

ନାରାୟଣପାଟଣା/ଜୟପୁର(ଓଡ଼ିଶା ରିପୋର୍ଟର) କିଏ ଜାଣିଥିଲା, ବୁଲିବାକୁ ଯାଇଥିବା ୨ ଛୁଆଙ୍କ ସହ ବାପାର ପ୍ରାଣ ଚାଲିଯିବ ଟ୍ରେନ୍ ଲାଇନରେ ବୋଲି ? ନା ପତ୍ନୀ ଜାଣିଥିଲେ ନା ପରିବାର ଲୋକେ । ସକାଳୁ ସକାଳୁ ହସଖୁସିରେ ବାପା ସହ ବାଇକରେ ବୁଲିବାକୁ ଯାଇଥିବା ଭାଇ ଭଉଣୀ ମୃତ୍ୟୁର ଶିକାର ହେଲେ। ରହସ୍ୟଜନକ ଭାବେ ଟ୍ରେନ୍‌ଲାଇନ୍‌ରେ ମିଳିଲା ଉଭୟଙ୍କ ଖଣ୍ଡ ଖଣ୍ଡ ଶରୀର। କେବଳ ପିଲା ନୁହଁ, ବାପାର ବି ମୃତଦେହ ମିଳିଲା । ଏହି ଖବର ପରେ […]

ଅଦ୍ୟତନ ହୋଇଛି
ହସଖୁସିରେ ବାପାଙ୍କ ସହ ବୁଲିବାକୁ ଯାଇଥିଲେ ଭାଇ ଭଉଣୀ, ହେଲେ କିଏ ଜାଣିଥିଲା...

7bv

Advertisment

ନାରାୟଣପାଟଣା/ଜୟପୁର(ଓଡ଼ିଶା ରିପୋର୍ଟର) କିଏ ଜାଣିଥିଲା, ବୁଲିବାକୁ ଯାଇଥିବା ୨ ଛୁଆଙ୍କ ସହ ବାପାର ପ୍ରାଣ ଚାଲିଯିବ ଟ୍ରେନ୍ ଲାଇନରେ ବୋଲି ? ନା ପତ୍ନୀ ଜାଣିଥିଲେ ନା ପରିବାର ଲୋକେ । ସକାଳୁ ସକାଳୁ ହସଖୁସିରେ ବାପା ସହ ବାଇକରେ ବୁଲିବାକୁ ଯାଇଥିବା ଭାଇ ଭଉଣୀ ମୃତ୍ୟୁର ଶିକାର ହେଲେ।

Advertisment

ରହସ୍ୟଜନକ ଭାବେ ଟ୍ରେନ୍‌ଲାଇନ୍‌ରେ ମିଳିଲା ଉଭୟଙ୍କ ଖଣ୍ଡ ଖଣ୍ଡ ଶରୀର। କେବଳ ପିଲା ନୁହଁ, ବାପାର ବି ମୃତଦେହ ମିଳିଲା । ଏହି ଖବର ପରେ ସମସ୍ତେ ଅବାକ୍ ହୋଇଗଲେ। କାରଣ କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳର ଏହି ରହସ୍ୟଜନକ ମୃତ୍ୟୁ ପଛରେ ରହିଛି ପାରିବାରିକ କଳହ। ଆଉ ସେହି କାରଣରୁ ଦୁଇ ଛୁଆ ସହ ବାପା ଆତ୍ମହତ୍ୟା କରିଥିବା କହିଛି ଜିଆରପି।

ମୃତ୍ୟୁର ଶିକାର ହୋଇଥିବା ଏହି ୩ ଜଣ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଟିକିରି ଥାନା ପୋଡ଼ାପାଡ଼ି ଗାଁର ବାପା କେଶବ ସୁବୁଦ୍ଧି, ତାଙ୍କର ୧୨ ବର୍ଷର ଝିଅ ଭାଗ୍ୟଲକ୍ଷ୍ମୀ ଏବଂ ୭ ବର୍ଷର ପୁଅ ସୋହନ। ଲକ୍ଷ୍ମୀପୁର ଥାନା ଅର୍ନ୍ତଗତ ସିଙ୍ଗାରାମ ରେଳଷ୍ଟେସନରେ ମିଳିଛି ସମସ୍ତଙ୍କ ମୃତଦେହ । ହେଲେ କାହିଁକି ଏବଂ କିଭଳି ଘଟିଲା ଏତେବଡ଼ ଅଘଟଣ । ନା ପ୍ରତ୍ୟକ୍ଷଦର୍ଶୀ ମୁହଁ ଖୋଲୁଛନ୍ତି ନା ପରିବାର ଲୋକେ ଜାଣିପାରୁଛନ୍ତି ।

Advertisment

କେଶବଙ୍କ ପତ୍ନୀଙ୍କ କହିବା କଥା,ଟିକିରି ନିକଟ ହିଣ୍ଡାଲକୋ କମ୍ପାନୀରେ କାମ କରନ୍ତି କେଶବ। ଆଜି ସକାଳେ ଘରକୁ ଆସି ଦୁଇ ଛୁଆଙ୍କୁ ବୁଲାଇ ନେବାକୁ କହି ବାଇକ୍ ଧରି ବାହାରି ଯାଇଥିଲେ । କିଛି ସମୟ ପରେ ପତ୍ନୀଙ୍କୁ ଫୋନ୍ କରି କହିଥିଲେ, ଗାଧୋଇବା ପାଇଁ ପାଣି ଗରମ କରି ରଖିବାକୁ । ହେଲେ ଦୁର୍ଭାଗ୍ୟକୁ ସକାଳ ୧୦ଟା ମଧ୍ୟରେ ଖବର ଆସିଲା ୩ ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ସିଙ୍ଗାରାମ ରେଳଷ୍ଟେସନରେ ପଡ଼ିଛି।

ତେବେ ତିନି ତିନି ଜଣଙ୍କ ଏଭଳି ବୀଭତ୍ସ ମୃତ୍ୟୁ ହେଲା କେମିତି ? ଜିଆରପି କହୁଛି, ମୃତ୍ୟୁ ପଛରେ ରହିଛି ପାରିବାରିକ ଅଶାନ୍ତି । ଏହି ଅଶାନ୍ତିରୁ କେଶବ ୨ ଛୁଆଙ୍କୁ ଧରି ଜୀବନ ହାରିବା ପାଇଁ ଟ୍ରେନ୍ ଲାଇନ୍ ଉପରକୁ ଚାଲିଆସିଲେ ଏବଂ ଏକ ମାଲବାହୀ ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଲେ ସମସ୍ତେ । ଏଠି ପ୍ରଶ୍ନ ଉଠୁଛି, ପରିବାରରେ ଏମିତି କି ଅଶାନ୍ତି ଥିଲା ଯେ, ୨ ନିରୀହ ଛୁଆଙ୍କ ସହ ଜୀବନ ହାରିଦେଲେ କେଶବ? କେଶବଙ୍କ ଆର୍ଥିକ ଅବସ୍ଥା ବି ସେତେ ଖରାପ ନଥିଲା। ତାହେଲେ କେଉଁ କାରଣକୁ ନେଇ ଲାଗିରହିଥିଲା ପାରିବାରିକ ବିବାଦ? ଏସବୁ ଦିଗକୁ ଧରି ଖୋଳତାଡ଼ କରୁଛି ଜିଆରପି।

ପଢ଼ନ୍ତୁ: ନିର୍ବନ୍ଧ ସରିଥିଲା, ହେଲେ କିଏ ଜାଣିଥିଲା ବିଧିର ଏମିତି ବିଚାର

Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe