Advertisment

ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲେ ୩ ଯୁବକ

ବଣାଇ(ରଣଜିତ୍ ଚୌଧୁରୀ):  ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପୁଲିସ ୩  ଯୁବକଙ୍କୁ ଗିରଫ କରିଛି। ଗିର‍ଫ ଅଭିଯୁକ୍ତମାନେ ହେଲେ ପାପୁନ ବାରିକ (୨୬), ବିଜୁ ବାରିକ (୨୪) , ଦୁର୍ଗା ମହାକୁଡ (୨୨)। ସୂଚନାଅନୁସାରେ, ଗତ ୧୬ ତାରିଖ ରାତିରେ ଯୁବତୀ ଜଣକ  ତାଙ୍କ ଘରେ ଶୋଇଥିଲେ। ଏହି ସମୟରେ ଏହି ତିନି ଜଣ ଯୁବକ ଯୁବତୀଙ୍କ ଘରକୁ ଆସିଥିଲେ। ତେବେ ଦୁଇ ଜଣ ଯୁବକ ଘର ବାହାରେ ଜଗି […]

ଅଦ୍ୟତନ ହୋଇଛି
ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲେ ୩ ଯୁବକ

sundergarh

Advertisment

ବଣାଇ(ରଣଜିତ୍ ଚୌଧୁରୀ):  ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପୁଲିସ ୩  ଯୁବକଙ୍କୁ ଗିରଫ କରିଛି। ଗିର‍ଫ ଅଭିଯୁକ୍ତମାନେ ହେଲେ ପାପୁନ ବାରିକ (୨୬), ବିଜୁ ବାରିକ (୨୪) , ଦୁର୍ଗା ମହାକୁଡ (୨୨)।

Advertisment

ସୂଚନାଅନୁସାରେ, ଗତ ୧୬ ତାରିଖ ରାତିରେ ଯୁବତୀ ଜଣକ  ତାଙ୍କ ଘରେ ଶୋଇଥିଲେ। ଏହି ସମୟରେ ଏହି ତିନି ଜଣ ଯୁବକ ଯୁବତୀଙ୍କ ଘରକୁ ଆସିଥିଲେ। ତେବେ ଦୁଇ ଜଣ ଯୁବକ ଘର ବାହାରେ ଜଗି ଥିବା ବେଳେ ଆଉ ଜଣେ ଯୁବକ ଘର ଭିତରକୁ ଯାଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ଯୁବତୀଜଣକ ପାଟି କରିବାରୁ ଘର ବାହାରେ ଜଗିଥିବା ଦୁଇ  ଯୁବକ ଭିତରକୁ ଯାଇ ଯୁବତୀଙ୍କ ତଣ୍ଟି ଚିପିଇବାକୁ ଉଦ୍ୟମ କରିଥିଲେ । ହେଲେ ଯୁବତୀଙ୍କ ପାଟି ଶୁଣି  ଗାଁ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ୩  ଯୁବକଙ୍କୁ କାବୁ କରି ପୁଲିସ୍‌କୁ ଖବର ଦେଇଥିଲେ।

Advertisment

ଗତକାଲି ଯୁବତୀ ଥାନାରେ ଏନେଇ  ଅଭିଯୋଗ କରିବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe