ଭଦ୍ରକ(ପାର୍ଥ ସାରଥୀ ନାୟକ) : ନିଆଁରେ ପୋଡ଼ି ହୋଇ ୩ OSAP ଯବାନ ଗୁରୁତର ହୋଇପଡ଼ିଛନ୍ତି। ଭଦ୍ରକରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ଗୁରୁତର ୩ OSAP ଯବାନ ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିବା ବେଳେ ଏହି ଅଘଟଣ ଘଟିଛି।
ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ଗୁରୁତର ୩ OSAP ଯବାନ ବାରିପଦା ୫ମ ବାଟାଲିୟନର ବୋଲି ସୂଚନା ମିଳିଛି।
ରାତିରେ ଶୋଇଥିବା ବେଳେ ମଶା ଧୂପରୁ ନିଆଁ ଲାଗି ଏପରି ପରିସ୍ଥିତି ଉପୁଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଆଗକୁ ପଢ଼ନ୍ତୁ : ଜେଲ୍ରେ ଟଳି ପଡ଼ିଲେ ବିଚାରାଧୀନ କଏଦୀ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ରାଜା ଚକ୍ର ଖଣି କଳା କାରନାମାର କେବଳ ଗୋଟିଏ ବିନ୍ଦୁ
ରାଜ୍ୟରେ ଖଣି ସୂତ୍ରରୁ ଆଇନସିଦ୍ଧ ଭାବେ ଯାହା ଉତ୍ପାଦନ ପାଇଁ ମଞ୍ଜୁର ଦିଆଯାଉଛି ଓ ଯେଉଁଥିରୁ ରାଜ୍ୟ ସରକାର ଖଣି ରାଜସ୍ୱ ପାଉଛନ୍ତି ତାହା ବାହାରେ ଖଣିକୁ କେନ୍ଦ୍ର କରି ଲୋଡିଂ ଓ ଟ୍ରାନ୍ସପୋର୍ଟିଂ ସମେତ ସମସ୍ତ ବ୍ୟବସ୍ଥା ଏପରି କରାଯାଇଛି ଯେ, ସେଥିରେ ପ୍ରତି ସ୍ତରରେ ଟନ୍ ପିଛା ଚାନ୍ଦା ବା ବଟି ଆକାରରେ କଳାଧନ ଆଦାୟ କରାଯାଉଛି।

Guest Column
ଗ୍ରାମାଞ୍ଚଳ ଅର୍ଥନୀତିର ବାହକ ପ୍ରବାସୀ ଶ୍ରମିକ
ସେଦିନ କୋଣାର୍କ ନିକଟସ୍ଥ ଏକ ଗ୍ରାମରେ ମୋର ତାମିଲନାଡୁର ଜଣେ ବନ୍ଧୁଙ୍କ ସହିତ ସ୍ଥାନୀୟ ଯୁବକମାନେ ତାମିଲରେ କଥା ହେବା ମୋତେ କିଛି ସମୟ ଲାଗି ଆଶ୍ଚର୍ଯ୍ୟ କରିଦେଇଥିଲା। ପଚାରିବାରୁ ଜାଣିଲି ଯେ ଏବେ କିଛି ବର୍ଷ ହେବ ଉଦୟକଣି ଓ ପାଖାପାଖି ଗ୍ରାମର ଯୁବକମାନେ ତାମିଲନାଡୁର ବିଭିନ୍ନ ସହରରେ ଯାଇ କାମ କରୁଛନ୍ତି। ଆବଶ୍ୟକ ହେବା ଭଳି ତାମିଲ ଭାଷା ସେମାନେ ସେହିଠାରୁ ଶିଖିନେଇଛନ୍ତି।

Miscellaneous
ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼, ତଦନ୍ତ କରିବ କି ସିବିଆଇ?
ନବଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ ବୋଲି ଦାବି କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ ସିବିଆଇ ତଦନ୍ତ ସମ୍ପର୍କରେ ଉଲ୍ଲେଖ ନଥିବାରୁ କିଏ ସତ କହୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Miscellaneous
କିଟ୍ ବିବାଦ: ଗୃହରେ ଉଦବେଗ, ଉଚ୍ଚଶିକ୍ଷା ମନ୍ତ୍ରୀ ନିରବ: ଅଚ୍ୟୁତଙ୍କ ନାଁରେ ଜମି ହଡ଼ପ ମାମଲା ରୁଜୁ
କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ ଇନଫୋସିଟି ଥାନାରେ ଜମି ହଡ଼ପ ମାମଲା ରୁଜୁ ହୋଇଛି । ଆଉ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କୋହଳ ଆଭିମୁଖ୍ୟ ଯୋଗୁ ମୁଖ୍ୟ ଅଭିଯୁକ୍ତ ଅଦ୍ୱିକ୍ ଶ୍ରୀବାସ୍ତବ ଜାମିନ ପାଇବାର ସମ୍ଭାବନା ଥିବା ଜଣାପଡ଼ିଛି ।

Miscellaneous
ଏଆଇ ଆପ୍ ଲଢ଼େଇ: ଅଜବ ଉତ୍ତର ଦେଇ ବିବାଦରେ Grok!
ମାତ୍ର ମାସେ ତଳେ ଆସିଥିବା ଏଲନ ମସ୍କଙ୍କ ଏଆଇ-ଗ୍ରକ୍-3 ତାଙ୍କ କମ୍ପାନୀ X ବା ଟ୍ୱିଟରରେ ଚାଲିଥିବା କଥାବାର୍ତ୍ତା ଓ ଆଲୋଚନାରୁ ବି ତଥ୍ୟ ନେଇ ଅନେକ ପ୍ରସଙ୍ଗରେ ମଜାଳିଆ ଢଙ୍ଗରେ ଉତ୍ତର ଦେଉଛି।