Advertisment

୩ ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ୍‌

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଓ ପୁରୁଣାମାଣତ୍ରୀ ପଞ୍ଚାୟତକୁ ଆଜିଠୁ ତିନି ଦିନ ଯାଏ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଗତକାଲି  କିଆକଟା ଅଞ୍ଚଳରୁ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ସରପଞ୍ଚ  ସୋମନାଥ ମଲ୍ଲିକ ପଞ୍ଚାୟତକୁ ତିନି ଦିନ ଶଟଡାଉନ ଘୋଷଣା କରିଛନ୍ତି। ସେହିପରି ପୁରୁଣାମାଣତ୍ରୀ ପଞ୍ଚାୟତରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ  ବୀରେନ୍ଦ୍ର ବଡ଼ମାଳି ମଧ୍ୟ ତିନି ଦିନ ପାଇଁ ପଞ୍ଚାୟତକୁ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
୩ ପଞ୍ଚାୟତ ୭୨ ଘଣ୍ଟା ଶଟ୍‌ଡାଉନ୍‌

corona

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ଓ ପୁରୁଣାମାଣତ୍ରୀ ପଞ୍ଚାୟତକୁ ଆଜିଠୁ ତିନି ଦିନ ଯାଏ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଗତକାଲି  କିଆକଟା ଅଞ୍ଚଳରୁ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ସରପଞ୍ଚ  ସୋମନାଥ ମଲ୍ଲିକ ପଞ୍ଚାୟତକୁ ତିନି ଦିନ ଶଟଡାଉନ ଘୋଷଣା କରିଛନ୍ତି।

Advertisment

ସେହିପରି ପୁରୁଣାମାଣତ୍ରୀ ପଞ୍ଚାୟତରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ  ବୀରେନ୍ଦ୍ର ବଡ଼ମାଳି ମଧ୍ୟ ତିନି ଦିନ ପାଇଁ ପଞ୍ଚାୟତକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି।publive-image

ଏହାସହିତ ମାଧପୁର ପଞ୍ଚାୟତରେ ଜଣେ କରୋନା ଚିହ୍ନଟ ହେବା ପରେ ଗତକାଲି ସନ୍ଧ୍ୟାରୁ ମାଧପୁର ପଞ୍ଚାୟତକୁ ସରପଞ୍ଚ ଗଣେଶ୍ୱର ଜେନା ୭୨ ଘଣ୍ଟା ଶଟ୍‌ଡାଉନ ଘୋଷଣା କରିଛନ୍ତି।

Advertisment

ଏନେଇ ସଂପୃକ୍ତ ସରପଞ୍ଚମାନେ ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ଅବଗତ କରାଇଛନ୍ତି। ପଞ୍ଚାୟତର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ସମୟରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ସାଧାରଣ ଲୋକଙ୍କୁ ସରପଞ୍ଚମାନେ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।