Advertisment

କରୋନା ଚିନ୍ତା; ୩ ସଚିବଙ୍କୁ ଦିଆଗଲା ୩ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅଧିକ ସଂଖ୍ୟକ କରୋନା ପଜିଟିଭ୍ ବାହାରୁ ଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ  ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ୩ ବରିଷ୍ଠ ସଚିବଙ୍କୁ ଏହି ୩ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏସ୍‌.କେ ଲୋହାନିଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଏସ୍‌.କେ ବଶିଷ୍ଠ ବାଲେଶ୍ୱର ଜିଲ୍ଲା କଥା ବୁଝିବେ। ସେହିପରି ପି.କେ ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ୩ […]

ଅଦ୍ୟତନ ହୋଇଛି
କରୋନା ଚିନ୍ତା; ୩ ସଚିବଙ୍କୁ ଦିଆଗଲା ୩ ଜିଲ୍ଲାର ଦାୟିତ୍ୱ

bc

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅଧିକ ସଂଖ୍ୟକ କରୋନା ପଜିଟିଭ୍ ବାହାରୁ ଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ  ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ୩ ବରିଷ୍ଠ ସଚିବଙ୍କୁ ଏହି ୩ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

Advertisment

ଏସ୍‌.କେ ଲୋହାନିଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ ଏସ୍‌.କେ ବଶିଷ୍ଠ ବାଲେଶ୍ୱର ଜିଲ୍ଲା କଥା ବୁଝିବେ। ସେହିପରି ପି.କେ ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ଏହି ୩ ସଚିବ ୩ ଜିଲ୍ଲା ଗସ୍ତ କରି କୋଭିଡ୍ ମୁକାବିଲାର ତଦାରଖ କରିବେ। ଏଥିସହ ସେମାନେ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ।

Advertisment

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରୁ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ୧୧ଟି ପଞ୍ଚାୟତର ୪୪ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି। ସେହିପରି ବାଲେଶ୍ୱର ଜିଲ୍ଲାରୁ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ସହରର ନିଳିଆବାଗ୍, ନୀଳଗିରିର ବରହମ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।  ଯାଜପୁରରୁ ମଧ୍ୟ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୩ ଜିଲ୍ଲାର ଅଧିକାଂଶ ଆକ୍ରାନ୍ତ କୋଲକାତାରୁ ଫେରିଥିବା ଜଣାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe