Advertisment

ବଜ୍ରପାତରେ ଟଳି ପଡ଼ିଲେ ୩ ଛାତ୍ରଛାତ୍ରୀ

ବାରିପଦା(ମାଣିକ ଲାଲ ପାଣି): ୩ ଜଣ ଛାତ୍ରଛାତ୍ରୀ ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଟଳି ପଡ଼ିଲେ ୩ ଛାତ୍ରଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଘଟିଛି। କରୋନା ପାଇଁ ସ୍କୁଲ ବନ୍ଦ ରହିଥିବାରୁ ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁର ୧୦ମ ଶ୍ରେଣୀ ଛାତ୍ର ବାବୁଲ ନାୟକ, ଷଷ୍ଠ ଶ୍ରେଣୀ ଛାତ୍ରୀ ବର୍ଷା ନାୟକ ଓ ନବମ ଶ୍ରେଣୀ ଛାତ୍ର ସୁଜିତ ନାୟକ ଘରେ ଥିଲେ। ଆଜି ସେମାନେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ବଜ୍ରାଘାତରେ ଦୁଇ ମୃତ

Lightning

ବାରିପଦା(ମାଣିକ ଲାଲ ପାଣି): ୩ ଜଣ ଛାତ୍ରଛାତ୍ରୀ ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଟଳି ପଡ଼ିଲେ ୩ ଛାତ୍ରଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଘଟିଛି।

Advertisment

କରୋନା ପାଇଁ ସ୍କୁଲ ବନ୍ଦ ରହିଥିବାରୁ ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁର ୧୦ମ ଶ୍ରେଣୀ ଛାତ୍ର ବାବୁଲ ନାୟକ, ଷଷ୍ଠ ଶ୍ରେଣୀ ଛାତ୍ରୀ ବର୍ଷା ନାୟକ ଓ ନବମ ଶ୍ରେଣୀ ଛାତ୍ର ସୁଜିତ ନାୟକ ଘରେ ଥିଲେ। ଆଜି ସେମାନେ ସାଥୀ ହୋଇ ଘରଠାରୁ ୧୦୦ ମିଟର ଦୂରରେ ଛେଳି ଚରାଉଥିଲେ। ଏହି ସମୟରେ ହଠାତ୍‌ ବର୍ଷା ହୋଇଥିଲେ।

ବର୍ଷା ହେବାରୁ ୩ ଛାତ୍ରଛାତ୍ରୀ ଗଛ ମୂଳରେ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ବାବୁଲ, ବର୍ଷା ଓ ସୁଜିତ ଚେତା ହରାଇ ପଡ଼ିଥିଲେ। ପରିବାର ଲୋକେ ଜାଣିପାରି ସେମାନଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାଛଡ଼ା ୧୮ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ଆଜି ଅପରାହ୍ନରେ ମୟୂରଭଞ୍ଜ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଦେଖି ଦେଖି ପ୍ରବଳ ବର୍ଷିଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା।

Thunderstorm Death