Advertisment

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଆଖି ବୁଜିଲା ଶିଶୁ କନ୍ୟା

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଏକ ତିନି ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁର ପରିବାର ଲୋକେ ତେଲେଙ୍ଗାନାରୁ ଆସି  ୧୧ ଦିନ ହେବ ଗାଇସିଲାଟ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। ସେମାନଙ୍କର ଆଜି ଯାଏ କରୋନା ପରୀକ୍ଷା କରାଯାଇ ନାହିଁ। ଗତକାଲି ସନ୍ଧ୍ୟାରେ ଶିଶୁଟି ଅସୁସ୍ଥ ଅନୁଭବ କରିଥିଲା। ତାକୁ ଗାଇସିଲଟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ […]

author-image
Jyoshna Pradhan
କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଆଖି ବୁଜିଲା ଶିଶୁ କନ୍ୟା

baragarh

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ପଞ୍ଚାୟତରେ ହୋଇଥିବା ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଏକ ତିନି ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।

Advertisment

ମୃତ ଶିଶୁର ପରିବାର ଲୋକେ ତେଲେଙ୍ଗାନାରୁ ଆସି  ୧୧ ଦିନ ହେବ ଗାଇସିଲାଟ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। ସେମାନଙ୍କର ଆଜି ଯାଏ କରୋନା ପରୀକ୍ଷା କରାଯାଇ ନାହିଁ। ଗତକାଲି ସନ୍ଧ୍ୟାରେ ଶିଶୁଟି ଅସୁସ୍ଥ ଅନୁଭବ କରିଥିଲା। ତାକୁ ଗାଇସିଲଟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିବା ସରପଞ୍ଚ କହିଛନ୍ତି। କେଉଁ କାରଣରୁ ଶିଶୁଟିର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ।