Advertisment

୩୦ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ: ତଦାରଖ କରିବେ, ସମାଧାନ ଖୋଜିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃଣମୂଳସ୍ତରରେ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରକଳ୍ପ କାର୍ଯ୍ୟକାରିତାର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ମୋଟ୍ ୩୦ଟି ଜିଲ୍ଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ନିୟମିତ ଭାବେ ଆବଣ୍ଟିତ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ସ୍ଥାନୀୟ […]

ଅଦ୍ୟତନ ହୋଇଛି
୩୦ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ: ତଦାରଖ କରିବେ, ସମାଧାନ ଖୋଜିବେ

Lokaseba Bhaban

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୃଣମୂଳସ୍ତରରେ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରକଳ୍ପ କାର୍ଯ୍ୟକାରିତାର ତଦାରଖ, ସାଧାରଣ ଲୋକଙ୍କୁ ଜନସେବା ପ୍ରଦାନ ସହ ସ୍ଥାନୀୟ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ମୋଟ୍ ୩୦ଟି ଜିଲ୍ଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ନିୟମିତ ଭାବେ ଆବଣ୍ଟିତ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ସ୍ଥାନୀୟ ପ୍ରଶାସନିକ ସମସ୍ୟାର ସମାଧାନ ଖୋଜିବେ । ସମ୍ପୃକ୍ତ ଅଫିସରମାନେ ଜିଲ୍ଲା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ମୁଖ୍ୟ ସଚିବଙ୍କ ଅଫିସକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ରାଜ୍ୟର ୧୦ଟି ଆକାଂକ୍ଷା ଜିଲ୍ଲା ଆବଂଟିତ ହୋଇଥିବା ଆଇଏଏସଙ୍କୁ ସ୍ୱତନ୍ତ୍ର ଭାବେ ସବୁ ମାନଦଣ୍ଡ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Advertisment

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ବୃନ୍ଦା ଡିଙ୍କୁ ଅନୁଗୁଳ ଜିଲ୍ଲା ଆବଂଟିତ ହୋଇଥିବାବେଳେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗିର, ଶ୍ରମ ଆୟୁକ୍ତ ଏନ୍ ଥିରୁମାଳା ନାଏକଙ୍କୁ ବାଲେଶ୍ୱର, ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ଭଦ୍ରକ, ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ, ଉତ୍ତରାଂଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କୁ ଦେବଗଡ଼, ଇଆଣ୍ଡଆଇଟି ସଚିବ ମନୋଜ କୁମାର ମିଶ୍ରଙ୍କୁ ଢେଙ୍କାନାଳ, ଶ୍ରମ ଓ ନିଯୁକ୍ତି ସଚିବ ଚିତ୍ରା ଅରୁମଗମଙ୍କୁ ଗଜପତି, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ଥିଙ୍କୁ ଗଞ୍ଜାମ, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର ଜିଲ୍ଲା ଆବଂଟିତ ହୋଇଛି ।

ସେହିପରି ରାଜସ୍ୱ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି, ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ପୁରୀ, ମତ୍ସ୍ୟ ଓ ପଶୁସମ୍ପଦ ସଚିବ  ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡ଼ା, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ବଲପୁର, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡ଼ା, ହସ୍ତତନ୍ତ ଓ ବୟନଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଓଏମସି ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂଙ୍କୁ ସୁନ୍ଦରଗଡ଼, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କୁ ନୂଆପଡ଼ା, ପାନୀୟ ଜଳ ଓ ପରିଛନ୍ନତା ନିର୍ଦ୍ଦେଶକ ବି ପରମେଶ୍ୱରଙ୍କୁ ନୟାଗଡ଼, ମହିଳା ଓ ଶିଶୁବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, ଅର୍ଥ ସଚିବ ବିଶାଳ କୁମାର ଦେବଙ୍କୁ ମୟୂରଭଞ୍ଜ, ସମବାୟ ସଚିବ ସଞ୍ଜିବ କୁମାର ଚଢ଼ାଙ୍କୁ ମାଲକାନଗିରି, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍‌କୁ କେନ୍ଦ୍ରାପଡ଼ା, ଇସ୍ପାତ ଓ ଖଣି ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର ଓ କୃଷି ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କୁ କନ୍ଧମାଳ ଜିଲ୍ଲା ଆବଂଟନ କରାଯାଇଛି ।

Advertisment

ସୂଚନାଯୋଗ୍ୟ, ରାଜ୍ୟର ଯେଉଁ ୧୦ଟି ଜିଲ୍ଲାକୁ କେନ୍ଦ୍ର ସରକାର ଆକାଂକ୍ଷା ଜିଲ୍ଲା ଭାବେ ଚିହ୍ନଟ କରି ତା’ର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ସେଗୁଡ଼ିକ ହେଲା-ବଲାଙ୍ଗିର,ଢେଙ୍କାନାଳ, ଗଜପତି, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର,କୋରାପୁଟ ଓ କନ୍ଧମାଳ ସାମିଲ ଅଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe