ରାଜଧାନୀରୁ ୩୦୦ ମୋ ସାଇକେଲ୍ ଗାଏବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମୋ ସାଇକେଲ୍ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍ ଅଭିଯୋଗ ରାଜଧାନୀର ରାଜରାସ୍ତାରୁ ତିନିଶହ ମୋ ସାଇକେଲ୍ ଗାଏବ୍ ।  ଏକଥାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍ସି କମିଶନର।  ଏପରିକି ଏ ନେଇ ହେକ୍ସି କମ୍ପାନୀ ବିରୁଦ୍ଧରେ ଏଫ୍ଆଇଆର୍ ଦିଆଯାଇଛି  । ସେପଟେ ସ୍ମାର୍ଟସିଟି ଯୋଜନାରେ ବ୍ୟାପକ ବାଟମାରଣା କରାଯାଇଥିବା ଅଭିଯୋଗରେ ବିଜେପି ପକ୍ଷରୁ ଆଜି ରାଜଧାନୀରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ସଂପୃକ୍ତ […]

6nm

Tapas Behera
  • Published: Monday, 19 July 2021
  • , Updated: 20 July 2021, 11:55 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମୋ ସାଇକେଲ୍ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍ ଅଭିଯୋଗ ରାଜଧାନୀର ରାଜରାସ୍ତାରୁ ତିନିଶହ ମୋ ସାଇକେଲ୍ ଗାଏବ୍ ।  ଏକଥାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍ସି କମିଶନର।  ଏପରିକି ଏ ନେଇ ହେକ୍ସି କମ୍ପାନୀ ବିରୁଦ୍ଧରେ ଏଫ୍ଆଇଆର୍ ଦିଆଯାଇଛି  । ସେପଟେ ସ୍ମାର୍ଟସିଟି ଯୋଜନାରେ ବ୍ୟାପକ ବାଟମାରଣା କରାଯାଇଥିବା ଅଭିଯୋଗରେ ବିଜେପି ପକ୍ଷରୁ ଆଜି ରାଜଧାନୀରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ଦଳ ଦାବି କରିଛି । କିଛିଦିନ ତଳେ ହେକ୍ସି କଂପାନୀର ଶତାଧିକ ସାଇକେଲ୍କୁ କିଭଳି ଶାଗମାଛ ଦରରେ କବାଡ଼ି ବାଲା ହାତରେ ଟେକି ଦିଆଯାଇଥିଲା।

 ସ୍ମାର୍ଟସିଟିରେ ସାଇକେଲିଂକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ହକି ବିଶ୍ୱକପ ସମୟରେ ଆରମ୍ଭ ହୋଇଥିଲା ମୋ ସାଇକେଲ୍ ଯୋଜନା । ପ୍ରତି ସାଇକେଲ ପିଛା ୨୫ ହଜାର ଟଙ୍କାରେ ହେକ୍ସି, ୟୋନୋ ଏବଂ ୟୁଲୁ କମ୍ପାନୀଠାରୁ କିଣାଯାଥିଲା ୨ ହଜାର ସାଇକଲ୍ । ଯେଉଁଥିରେ ବ୍ୟୟ ହୋଇଥିଲା ପ୍ରାୟ ୬ କୋଟି ଟଙ୍କା । ୟୁଲୁ ଏବଂ ୟୋନୋ କମ୍ପାନୀଠାରୁ ୫୦୦ ଲେଖାଏଁ ସାଇକଲ୍ କିଣାଯାଥିବା ବେଳେ ହେକ୍ସି କଂପାନୀ ଯୋଗାଇଥିଲା ଏକ ହଜାର ସାଇକଲ୍ । ଏବେ ହେକ୍ସି କମ୍ପାନୀର ୩୦୦ ସାଇକେଲ୍  ଗାଏବ ଥିବା ଜଣାପଡ଼ିବା ପରେ ହେକ୍ସି କମ୍ପାନୀ ବିରୁଦ୍ଧରେ ଏଫ୍ଆଇଆର୍ ଦିଆଯାଇଥିବା କହିଛନ୍ତି ବିଏମ୍ସି କମିଶନର୍ ।

ଗତ ୧୩ ତାରିଖରେ ଓଟିଭିରେ ଏକ ରିପୋର୍ଟ ପ୍ରସାରିତ ହୋଇଥିଲା । କବାଡ଼ିଖାନା ମାଲିକଙ୍କ ସୂଚନା ଅନୁସାରେ ସେ କୁଆଡ଼େ ଗୋଟାକୁ ୫୦୦ ଟଙ୍କା ହିସାବରେ ୨୫୦ଟି ସାଇକେଲ୍ ହ୍ୟାକ୍ସିଂ କଂପାନୀଠାରୁ କିଣିଥିଲେ ।  ଗୋଟିଏ ପଟେ ବିଏମ୍ସି କମିଶନର୍ ସାଇକେଲ୍ ଗାଏବ୍ କଥା କହୁଥିବା ବେଳେ ଅପରପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଜୋର୍ ଧରିଲାଣି ରାଜନୀତି । ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୋ ସାଇକେଲକୁ ଏଭଳି କୋକେଇ ଉପରେ ରଖି ଏକ ରାଲି କରାଯାଇଥିଲା । ରାଜ୍ୟ ସରକାର ମୋ ସାଇକେଲ୍ ଯୋଜନା ନାଁରେ ରାଜଧାନୀ ବାସିନ୍ଦାଙ୍କୁ ଠକିବା ସହ ଲକ୍ଷଲକ୍ଷ ଟଙ୍କା ହରଣଚାଳ କରିଥିବା ଦଳ ଅଭିଯୋଗ କରିଛି।  ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଜିଲ୍ଲା ବିଜେପି ।

Related story