Advertisment

ବନ୍ୟାପାଣିରେ ଫସିଛନ୍ତି ୩୦୦ ହରିଣ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ବନ୍ୟା ପାଣି ଭିତରେ ରହିଛନ୍ତି ପ୍ରାୟ ୩ ଶହ ହରିଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ନଦୀର ଏକ ଟାପୁରେ ଏହୀ ହରିଣମାନ ଫସିଛନ୍ତି। ସେମାନଙ୍କୁ ଚାରିପାର୍ଶ୍ୱରୁ ଘେରି ରହିଛି ବନ୍ୟା ପାଣି। ଟାପୁ ଉପରେ ମଧ୍ୟ ଆଣ୍ଠୁଏ ଉଚ୍ଚର ବନ୍ୟା ପାଣି ଠିଆ ହୋଇଛି। ଜୀନବ ବଞ୍ଚାଇବା ଲାଗି ସମସ୍ତ ହରିଣ ଏହି ଛୋଟିଆ ଟାପୁରେ ଏଣେ ତେଣେ ଦୌଡୁଛନ୍ତି। ମାଲକାନଗିରି ନିକଟ ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରୁ […]

ଅଦ୍ୟତନ ହୋଇଛି
ବନ୍ୟାପାଣିରେ ଫସିଛନ୍ତି ୩୦୦ ହରିଣ

deer

Advertisment

ମାଲକାନଗିରି(ଓଡ଼ିଶା ରିପୋର୍ଟର): ବନ୍ୟା ପାଣି ଭିତରେ ରହିଛନ୍ତି ପ୍ରାୟ ୩ ଶହ ହରିଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ନଦୀର ଏକ ଟାପୁରେ ଏହୀ ହରିଣମାନ ଫସିଛନ୍ତି। ସେମାନଙ୍କୁ ଚାରିପାର୍ଶ୍ୱରୁ ଘେରି ରହିଛି ବନ୍ୟା ପାଣି। ଟାପୁ ଉପରେ ମଧ୍ୟ ଆଣ୍ଠୁଏ ଉଚ୍ଚର ବନ୍ୟା ପାଣି ଠିଆ ହୋଇଛି।

Advertisment

ଜୀନବ ବଞ୍ଚାଇବା ଲାଗି ସମସ୍ତ ହରିଣ ଏହି ଛୋଟିଆ ଟାପୁରେ ଏଣେ ତେଣେ ଦୌଡୁଛନ୍ତି। ମାଲକାନଗିରି ନିକଟ ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରୁ ଧାଭାଲେଶ୍ୱରମ୍ ବ୍ୟାରେଜ୍ ନିକଟକୁ ଏହି ହରିଣମାନେ ପଳାଇ ଆସିଥିଲେ। ବନ୍ୟା ପାଣି ଚାଲି ଆସିବାରୁ ଏହି ହରିଣମାନେ ମଝିରେ ଫସି ଯାଇଥିଲେ। କୂଳକୁ ଆସିପାରି ନ ଥିଲେ।

ନଦୀ ମଝିରୁ ହରିଣମାନକୁ ଧରି ଚାଷୀମାନେ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଗୋଟିଏ ହରିଣ ବ୍ୟାରେଜ୍‌ କୂଳରେ ପହଞ୍ଚିବା ବେଳକୁ କୁକୁର ଆକ୍ରମଣରେ ପ୍ରାଣ ହରାଇଛି। ହରିଣମାନଙ୍କୁ ଉଦ୍ଧାର ପାଇଁ ଜଙ୍ଗଲ ବିଭାଗ ଅଧିକାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ବନ୍ୟା ପାଣି କମୁଥିଲେ ହେଁ, ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଆଗକୁ ପରିସ୍ଥିତି କିପରି ରହୁଛି ତାହା ଉପରେ ସମସ୍ତେ ନଜର ଜମାଇ ବସିଛନ୍ତି। ବନ୍ୟା ପାଣି କମିଗଲେ ସେମାନଙ୍କ ଉଦ୍ଧାର କାମ ସହଜ ହେବ ବୋଲି କୁହାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe