ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଲୋକଙ୍କୁ ଦେଖିବାକୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସିଥିଲେ। ଆହତମାନଙ୍କୁ ଭେଟି ଫେରିବା ବେଳେ ମମତା ଗଣମାଧ୍ୟମକୁ କହିଥିଲେ ଯେ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ତାଙ୍କ ରାଜ୍ୟର ୩୧ ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ସଂପର୍କରେ କିଛି ସୂଚନା ମିଳୁନାହିଁ। ମମତା କହିଛନ୍ତି, ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି। ଓଡ଼ିଶାର ବିଭିନ୍ନ ମେଡିକାଲରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଦୁର୍ଘଟଣା ପଛରେ ଟିଏମସି!
ବାଲେଶ୍ୱର ଟ୍ରେନ ଦୁର୍ଘଟଣା ରାଜନୀତି ଏବେ ସାଙ୍ଘାତିକ ମୋଡ ନେଇଛି। ଟ୍ରେନ ଦୁର୍ଘଟଣାରେ ବିଭିନ୍ନ ରାଜ୍ୟର ଲୋକ ମୃତାହତ ହୋଇଥିଲେ ସୁଦ୍ଧା ପଶ୍ଚିମବଙ୍ଗ ରାଜନୀତିରେ ଏନେଇ ତାତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଟ୍ରେନ ଦୁର୍ଘଟଣାକୁ ନେଇ ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି। ଟ୍ରେନ ଦୁର୍ଘଟଣାର ଷଡ଼ଯନ୍ତ୍ରରେ ଟିଏମସି ମଧ୍ୟ ସାମିଲ ବୋଲି ସେ କହିଛନ୍ତି।
Odisha
'ହଠାତ ବ୍ରେକ ମାରି ମୋଡି ହେଲା ମୁଁ ଜାବୁଡି ଧରିଥାଏ'
ବାହାନଗା ଟ୍ରେନ୍ ଟ୍ରାଜେଡିରେ ଆହତ ହୋଇ କ୍ଷତିପୂରଣ ପାଇଁ ଆସିଥିବା ବ୍ୟକ୍ତିଙ୍କ ମୁହଁରୁ ଶୁଣନ୍ତୁ ସେ ସମୟର ଛାତିଥରା କାହାଣୀ।
Odisha
ଶବ ନେବାକୁ ନେପାଳରୁ ଆସି ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ପରିବାର ଲୋକ
ନେପାଳରୁ ଆସି ଭୁବନେଶ୍ୱରରେ ଘୁରି ବୁଲୁଛନ୍ତି ପରିବାର ଲୋକ। ପୁଅର ମୃତଦେହ ଚିହ୍ନିବା ହୋଇପଡିଛି କଷ୍ଟକର। ମୃତ ପ୍ରିୟଜନଙ୍କ ଶବ ନେବା ପାଇଁ ଭୁବନେଶ୍ୱର AIIMS ସମେତ ବିଭିନ୍ନ ଡାକ୍ତରଖାନାରେ ଜମିଛି ସମ୍ପର୍କୀୟଙ୍କ ଗହଳି।
Odisha
ମୁଁ ବାହାନଗାର ଶବ କହୁଛି..
ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି ।