Advertisment

ରାଜ୍ୟରେ ୩୧୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୧୪୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୨୧ଟି ହେଉଛି ଲୋକାଲ୍ କେସ୍‌। ସେହିଭଳି ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଜଣ […]

ଅଦ୍ୟତନ ହୋଇଛି
ରାଜ୍ୟରେ ୧୩୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରେ ପୁଣି ୩୦୦ ଉପରେ

corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୧୪୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୨୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୨୧ଟି ହେଉଛି ଲୋକାଲ୍ କେସ୍‌। ସେହିଭଳି ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୯୭, ନୂଆପଡ଼ାରୁ ୩୯୫, ବରଗଡ଼ରୁ ୧୫୬, କଟକରୁ ୧୪୦, ଝାରସୁଗୁଡ଼ାରୁ ୧୧୯, ପୁରୀରୁ ୧୨୯, କେନ୍ଦୁଝରରୁ ୧୨୮ ଓ ସମ୍ବଲପୁରରୁ ୧୪୯ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୮, ଭଦ୍ରକରୁ ୫୧, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୭, ଦେବଗଡ଼ରୁ ୨୧, ଢେଙ୍କାନାଳରୁ ଜଣେ, ଗଜପତିରୁ ୬୭, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୧୮, ଯାଜପୁରରୁ ୭୬, କଳାହାଣ୍ଡିରୁ ୫୩, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୫, କୋରାପୁଟରୁ ୧୮, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୬୮, ନବରଙ୍ଗପୁରରୁ ୯୬, ନୟାଗଡ଼ରୁ ୨୯, ରାୟଗଡ଼ାରୁ ୪୪ ଓ ସୋନପୁରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି।

Advertisment

୩୧୪୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୬୪,୫୯୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩,୪୩,୫୨୨ ଜଣ ସୁସ୍ଥ ହୋଇସାରିଛନ୍ତି। ୧୯,୦୭୭ ଜଣ ଚିକିତ୍ସାଧୀନ ଅଛନ୍ତି। ଆଉ ୪ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଞ୍ଚିଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ଆସିଥିବା ରିପୋର୍ଟରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୦୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଥିଲା।

Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe