Advertisment

ରାଜଧାନୀକୁ ଆସୁଥିଲା ୩୨ କେଜି ସୁନା, ମାଡ଼ି ବସିଲା ଜିଆରପି

ଭୁବନେଶ୍ୱର: ରାଜଧାନୀରୁ ଧରା ପଡ଼ିଲା ୩୨ କେଜି ସୁନା । ଯାହାର ଆନୁମାନିକ ମୂଲ୍ୟ ୧୬ କୋଟି। ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ୍‌ରୁ ଏତେ ପରିମାଣର ସୁନା ଜବତ କଲା  ଜିଆରପି । ଏହି ଘଟଣାରେ ଜିଆରପି ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସୂଚନାଯୋଗ୍ୟ, ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୁବନେଶ୍ୱର ଜିଆରପି ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଏକାଥରେ ଜବତ ହେଲା […]

ଅଦ୍ୟତନ ହୋଇଛି
ରାଜଧାନୀକୁ ଆସୁଥିଲା ୩୨ କେଜି ସୁନା, ମାଡ଼ି ବସିଲା ଜିଆରପି

gold-seized

Advertisment

ଭୁବନେଶ୍ୱର: ରାଜଧାନୀରୁ ଧରା ପଡ଼ିଲା ୩୨ କେଜି ସୁନା । ଯାହାର ଆନୁମାନିକ ମୂଲ୍ୟ ୧୬ କୋଟି। ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ୍‌ରୁ ଏତେ ପରିମାଣର ସୁନା ଜବତ କଲା  ଜିଆରପି । ଏହି ଘଟଣାରେ ଜିଆରପି ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Advertisment

ସୂଚନାଯୋଗ୍ୟ, ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୁବନେଶ୍ୱର ଜିଆରପି ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପ୍ରେସ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଏକାଥରେ ଜବତ ହେଲା ୩୨ କେଜି ସୁନା। ଏହି ସୁନା ନେଇ ଭୁବନେଶ୍ୱର ଆସୁଥିବା ୪ ଜଣଙ୍କୁ ଅଟକ ରଖିଛି ଜିଆରପି।

ତେବେ ଏହି ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ ହୋଇଥିବା ବେଳେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ଅଳଙ୍କାର ବିକ୍ରି ଉଦ୍ଦେଶ୍ୟରେ ଆଣୁଥିବା କହିଛନ୍ତି। ତେବେ ଏ ସମ୍ପର୍କୀତ କାଗଜପତ୍ର ଦେଖାଇ ପାରୁ ନାହାନ୍ତି।

Advertisment

ଜିଆରପି ପୁଲିସ୍‌ ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିଥିବା ବେଳେ ଆଇଟି ବିଭାଗ ଏହାର ଖୋଳତାଡ଼ କରୁଛି। ତେବେ ଏତେ ସୁନା ବିନା କାଗଜପତ୍ରରେ କିଏ ଓ କାହିଁକି ଆଣୁଥିଲା ତାହାର କିଛି ସଠିକ୍‌ ଜବାବ ମିଳିପାରୁନି। ତେବେ ଟ୍ୟାକ୍ସ ଫାଙ୍କିବା ପାଇଁ ଅଟକ ୪ ଯୁବକ ଏପରି ଗେମ୍‌ପ୍ଲାନ୍‌ କରିଥିବା ଜିଆରପିର ବରିଷ୍ଠ ଅଧିକାରୀ କହିଛନ୍ତି।

Bhubaneswar News Gold Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe