Advertisment

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ଦିନ ୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ ହୋଇଛି। କିଛି ସମୟ ତଳେ ସାମ୍ବାଦିକମାନଙ୍କୁ ଏ ସଂପର୍କ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ସେ କହିଛନ୍ତି, ଆଜି ଭୋର୍ ୫ଟାରୁ ମକ୍‌ ପୋଲିଂ ଆରମ୍ଭ ହୋଇଥିଲା। ଏହାପରେ ସକାଳ ୭ଟାରୁ ବୁଥ୍ ଖୋଲିଥିଲା ଓ ଭୋଟର ମତଦାନ ଆରମ୍ଭ କରିଥିଲେ। […]

ଅଦ୍ୟତନ ହୋଇଛି
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ଦିନ ୧ଟା ସୁଦ୍ଧା ୩୩% ମତଦାନ

fco

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିନ ୧ଟା ସୁଦ୍ଧା ୩୩ ପ୍ରତିଶତ ମତଦାନ ହୋଇଛି।

Advertisment

କିଛି ସମୟ ତଳେ ସାମ୍ବାଦିକମାନଙ୍କୁ ଏ ସଂପର୍କ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ସେ କହିଛନ୍ତି, ଆଜି ଭୋର୍ ୫ଟାରୁ ମକ୍‌ ପୋଲିଂ ଆରମ୍ଭ ହୋଇଥିଲା। ଏହାପରେ ସକାଳ ୭ଟାରୁ ବୁଥ୍ ଖୋଲିଥିଲା ଓ ଭୋଟର ମତଦାନ ଆରମ୍ଭ କରିଥିଲେ।

କାଁ ଭାଁ କିଛି ଜାଗାରେ ଇଭିଏମ୍‌ରେ ସମସ୍ୟା ଦେଖାଦେଇଥିଲେ ବି ତାକୁ ସଙ୍ଗେ ସଙ୍ଗେ ସଜଡ଼ା ଯାଇଥିଲା ଓ ମତଦାନ ଆରମ୍ଭ ହୋଇଥିଲା। କୌଣସି ସ୍ଥାନରେ ଏଥିପାଇଁ କିଛି ମତସଂଗ୍ରହ ବାଧାପ୍ରାପ୍ତ ହୋଇନି ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।

Advertisment

ସେହିପରି ଗତକାଲି କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମଚାରୀଙ୍କ ପରିବାରକୁ ନିର୍ବାଚନ ଆୟୋଗ ଠିକ୍ କରିଥିବା ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି। ନକ୍ସଲଙ୍କ ଗୁଳିରେ ମୃତ ମହିଳାଙ୍କ ପରିବାରକୁ ଆନୁମାନିକ ୩୦ ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ସେ କହିଛନ୍ତି।

ସେହିପରି ଗତକାଲି କନ୍ଧମାଳ ଜିଲ୍ଲାର ଯେଉଁ ସ୍ଥାନରୁ ପୋଲିଂ ପାର୍ଟିର ଗାଡ଼ି ଜାଳି ଦିଆଯାଇଥିବା ଖବର ଆସିଥିଲା, ଆଜି ସକାଳୁ ସଂପୃକ୍ତ କର୍ମଚାରୀମାନେ ସୁରକ୍ଷିତ ଭାବେ ବୁଥ୍‌ରେ ପହଞ୍ଚି ମତ ସଂଗ୍ରହ ଆରମ୍ଭ କରିଥିଲେ। ସେହି ବୁଥ୍‌ରେ ମତଦାନ ସୁରକ୍ଷିତ ଭାବେ ଚାଲିଛି ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe