Advertisment

ରାଜଧାନୀରେ ବହି ପସରା: ଉଦ୍‌ଘାଟିତ ହେଲା ୩୪ତମ ଭୁବନେଶ୍ଵର ପୁସ୍ତକ ମେଳା

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ୩୪ତମ ଭୁବନେଶ୍ଵର ପୁସ୍ତକମେଳା ଶନିବାର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ବହୁ  ଲେଖକାଙ୍କ ନୂତନ ପୁସ୍ତକ ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା କଲିକତା ଅନ୍ତର୍ଜାତିକ ପୁସ୍ତକ ମେଳାର ସମ୍ପାଦକ  ତ୍ରୀଦିବ କୁମାର  ଚାଟର୍ଜି ଯୋଗଦେଇଥିଲେ।  ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ତଥା ନୂଆ ଦିଲ୍ଲୀର ଆୟକର କମିଶନର ପାରମିତା ଶତପଥି, ପୁସ୍ତକ ମେଳାର ଅଧ୍ୟକ୍ଷ ତଥା ବ୍ରହ୍ମଗିରି  ବିଧାୟକ ସଂଜୟ ଦାସ ବର୍ମା […]

author-image
Rakesh Mallick
ରାଜଧାନୀରେ ବହି ପସରା: ଉଦ୍‌ଘାଟିତ ହେଲା ୩୪ତମ ଭୁବନେଶ୍ଵର ପୁସ୍ତକ ମେଳା

book fair

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ୩୪ତମ ଭୁବନେଶ୍ଵର ପୁସ୍ତକମେଳା ଶନିବାର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ବହୁ  ଲେଖକାଙ୍କ ନୂତନ ପୁସ୍ତକ ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା କଲିକତା ଅନ୍ତର୍ଜାତିକ ପୁସ୍ତକ ମେଳାର ସମ୍ପାଦକ  ତ୍ରୀଦିବ କୁମାର  ଚାଟର୍ଜି ଯୋଗଦେଇଥିଲେ।  ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା ତଥା ନୂଆ ଦିଲ୍ଲୀର ଆୟକର କମିଶନର ପାରମିତା ଶତପଥି, ପୁସ୍ତକ ମେଳାର ଅଧ୍ୟକ୍ଷ ତଥା ବ୍ରହ୍ମଗିରି  ବିଧାୟକ ସଂଜୟ ଦାସ ବର୍ମା ଏବଂ ଅନୁବାଦକ ଯୁଗଳ କିଶୋର ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ। ପୁସ୍ତକମେଳାର ସମ୍ପାଦକ ଅଶୋକ ମହାନ୍ତି ଯୁବ ପିଢୀଙ୍କୁ ଇ- ବୁକ୍‌ ଅପେକ୍ଷା ଛପା ବହିର ଆଦୃତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବିଧାୟକ ଦାସ ବର୍ମା ମଧ୍ୟ ଇଣ୍ଟରନେଟ୍‌ ଅପେକ୍ଷା ମୁଦ୍ରିତ ପୁସ୍ତକର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ଜଣାପଡିଛି।

Advertisment

ମେଳା ଉଦ୍‌ଘାଟନୀ ଅବସରରେ ବିଶିଷ୍ଟ ଲେଖକ ଦେବ୍ରାଜ ଲେଙ୍କା, ସାହିତ୍ୟିକ ପଦ୍ମଜ ପାଳ, ପ୍ରାବନ୍ଧିକ ପ୍ରଫେସର ବାଉରୀ ବନ୍ଧୁ କରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏଥି ସହିତ କବି ମମତା  ଦାସଙ୍କୁ ସଚ୍ଚି ରାଉତରାୟ କବିତା ସମ୍ମାନ ଓ ଗାଳ୍ପିକ ସୁଲୋଚନା ଦାସଙ୍କୁ ବିଜୟ କୃଷ୍ଣ ମହାନ୍ତି ଗଳ୍ପ ସମ୍ମାନରେ ସମ୍ମାନିତ କରାଯାଇଛି।

ସମ୍ପାଦକ ଅଶୋକ ମହାନ୍ତି ଓ ଆବାହକ ପବିତ୍ର କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମେଳା ଅନୁଷ୍ଠିତ ହେଉଛି।

Advertisment