Advertisment

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ୨ ଗିରଫ

ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ଏକ ଟାଟା ଭ୍ୟାନ୍‌ରୁ ୩୯୧ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଆର.ଉଦୟଗିରି ଥାନା ଅନ୍ତର୍ଗତ ରଣାଲଇ ଗାଁର ପାଉଲ ପାଣି ଓ ଅନୁଗ୍ରହ ଲିମା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତକାଲି ପୁଲିସ୍‌ ଚାନ୍ଦିପୁଟ ଓ ଲୁହାଗୁଡି ରାସ୍ତାରେ ପାଟ୍ରୋଲିଂ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ; ୨ ଗିରଫ

mohana

ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ଏକ ଟାଟା ଭ୍ୟାନ୍‌ରୁ ୩୯୧ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଆର.ଉଦୟଗିରି ଥାନା ଅନ୍ତର୍ଗତ ରଣାଲଇ ଗାଁର ପାଉଲ ପାଣି ଓ ଅନୁଗ୍ରହ ଲିମା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

Advertisment

ସୂଚନା ଅନୁସାରେ, ଗତକାଲି ପୁଲିସ୍‌ ଚାନ୍ଦିପୁଟ ଓ ଲୁହାଗୁଡି ରାସ୍ତାରେ ପାଟ୍ରୋଲିଂ କଲା ବେଳେ କଳାମେରି  ଗାଁ ନିକଟରେ ଏହି ଟାଟା ଭ୍ୟାନରୁ ୧୩ ବସ୍ତା ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ ଆର.ଉଦୟଗିରି ଅଞ୍ଚଳଳରୁ ବ୍ରହ୍ମପୁରକୁ ଚାଲାଣ ହେଉଥିଲା।