Advertisment

୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଅନୁଗୋଳରେ ସର୍ବାଧିକ, ୩ ଜିଲ୍ଲାରୁ କେହି ନାହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୬୫ଟି ହେଉଛି ଲୋକାଲ୍ କେସ୍‌। ଅନୁଗୋଳ ଜିଲ୍ଲାରେ ସବୁଠୁ ଅଧିକ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୪ ଓ ଖୋର୍ଦ୍ଧାରେ ୩୯ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ୨୧ ଜଣ ନୂଆ କରୋନା […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପୁଣି ଖସିଲା କରୋନା ଗ୍ରାଫ୍‌; ରାଜ୍ୟରେ ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୬୫ଟି ହେଉଛି ଲୋକାଲ୍ କେସ୍‌।

ଅନୁଗୋଳ ଜିଲ୍ଲାରେ ସବୁଠୁ ଅଧିକ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୪ ଓ ଖୋର୍ଦ୍ଧାରେ ୩୯ ଜଣ ଚିହ୍ନଟ ହୋଇଛନ୍ତି।

Advertisment

ବାଲେଶ୍ୱର ଜିଲ୍ଲାରେ ୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରେ ୨୬, ଭଦ୍ରକରେ ୩, ବଲାଙ୍ଗିରରେ ୨, ବୌଦ୍ଧରେ ଜଣେ, କଟକରେ ୨୪, ଦେବଗଡ଼ରେ ୫, ଢେଙ୍କାନାଳରେ ୩, ଗଞ୍ଜାମରେ ୧୪, ଜଗତସିଂହପୁରରେ ୨, ଯାଜପୁରରେ ୧୬, ଝାରସୁଗୁଡ଼ାରେ ୧୮, କଳାହାଣ୍ଡିରେ ୭, କନ୍ଧମାଳରେ ୨, କେନ୍ଦ୍ରାପଡ଼ାରେ ୭, କେନ୍ଦୁଝରରେ ୭, ମାଲକାନଗିରିରେ ଜଣେ, ମୟୂରଭଞ୍ଜରେ ୨୬, ନବରଙ୍ଗପୁରରେ ୪, ନୟାଗଡ଼ରେ ୫, ନୂଆପଡ଼ାରେ ୧୩, ପୁରୀରେ ୧୪, ରାୟଗଡ଼ାରେ ୬ ଓ ସମ୍ବଲପୁରରେ ୨୭ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି, ସୋନପୁର ଓ କୋରାପୁଟରୁ କେହି ଚିହ୍ନଟ ହୋଇ ନାହାନ୍ତି।

୩୯୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୭୫୭ରେ ପହଞ୍ଚିଥିବା ବେଳେ ୩,୧୮,୬୮୩ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୨୧୪ ଜଣଙ୍କ ଚିକିତ୍ସା ଚାଲିଛି। ସେହିପରି ୧,୮୦୭ ଜଣଙ୍କ ମୃତ୍ୟୁ ଘଟିଛି।

Corona Report