ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଏନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତ ହସ୍ପିଟାଲକୁ ଆସିଥିଲା ବେଳେ ସେମାନେ ସେଠାରେ କିଛି ଡାକ୍ତର ଓ ନର୍ସମାନଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ କାଳରେ ତାହା ଜଣାପଡ଼ିବା ପରେ ଗତକାଲି ରାତିରେ ତିନି ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ ଯାଜପୁରର କୋଭିଡ୍ କେୟାର ହସପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।”
ସୂଚନାଯୋଗ୍ୟ, ଗତକାଲି ଯାଜପୁର ଜିଲ୍ଲାରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କୋରେଇରୁ ଜଣେ, ଯାଜପୁରରୁ ୩ ଓ ଦଶରଥପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ କୋଲକାତା ବଡ଼ବଜାର ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ସେମାନେ ଅନ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭାରତୀୟଙ୍କଠାରେ ଭିଟାମିନ ଡି’ର ଘୋର ଅଭାବ
ICRIER ଦେଇଥିବା ଏହି ରିପୋର୍ଟର ଶୀର୍ଷକ ରହିଛି ‘ରୋଡ୍ମ୍ୟାପ୍ ଟୁ ଆଡ୍ରେସ ଭିଟାମିନ୍ ଡି ଡେଫିସିଏନ୍ସୀ ଇନ୍ ଇଣ୍ଡିଆ’। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସବୁ ବର୍ଗର ଓ ବୃତ୍ତିର ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ଦେଖାଯାଇଛି।

Health
ହୃଦ ରୋଗ ବୃଦ୍ଧି କରୁଛି ତମାଖୁ, ହଠାତ୍ ଚାଲି ଯାଉଛି ଜୀବନ
ଯୁବଗୋଷ୍ଠୀ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ସୋଶାଲ ମିଡିଆରେ ନାଚିବା ବେଳେ, ଚାଲିବା ବେଳେ, ବସିବା ବେଳେ ହଠାତ୍ କେମିତି ଲୋକମାନେ ହୃଦଘାତର ଶିକାର ହେଉଛନ୍ତି, ତା’ର ଲକ୍ଷାଧିକ ଭିଡିଓ ଭାଇରାଲ ହେଉଛି। ୪୦ ବର୍ଷରୁ କମ ବୟସ୍କ କ୍ଷେତ୍ରରେ ହୃଦ ରୋଗ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

Health
ଭାରତର ୫୭% କର୍ପୋରେଟ କର୍ମଚାରୀଙ୍କ ଶରୀରରେ ଏହି ଭିଟାମିନର ଅଭାବ
ଗବେଷଣାରୁ ଜଣାପଡ଼ିଛି ଯେ ଦେଶର ୫୭% କର୍ପୋରେଟ ଚାକିରିଆ ଗୁରୁତ୍ୱପୂର୍ଣ୍ଣ ଭିଟାମିନ ବି୧୨ର ଅଭାବର ସମ୍ମୁଖୀନ ହେଉଛନ୍ତି।

Health
ଜନ ଔଷଧୀ- ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ
‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପ୍ରକଳ୍ପ’ ନଭେମ୍ବର ୨୦୦୮ରେ କେନ୍ଦ୍ରୀୟ ଫାର୍ମା ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ସହିତ ମିଳିତ ଭାବରେ ଔଷଧ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିଲା। ଉତ୍ସର୍ଗୀକୃତ ଆଉଟଲେଟ୍ ମାଧ୍ୟମରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହି ଆସିଛି।

Health
୫୦ରୁ ଅଧିକ ଜୀବନ ନେଲାଣି ରହସ୍ୟମୟ ରୋଗ, ଆଲର୍ଟ ଜାରି କଲା WHO
ପ୍ରଥମେ ୩ ଜଣ ପିଲାଙ୍କ କ୍ଷେତ୍ରରେ ଏପରି ରୋଗ ବ୍ୟାପି ଥିଲା। ସେମାନେ ଗୋଟିଏ ବାଦୁଡ଼ି ଖାଇବା ପରେ ରହସ୍ୟମୟ ରୋଗରେ ପଡ଼ିଥିଲେ।