Advertisment

ଆଜି ଡ୍ରାଏ ରନ୍‌, ସୋମବାରଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ। ଏଥିନିମନ୍ତେ ଆଜି ଚାଲିଛି  ଡ୍ରାଏ ରନ୍।ଆଜି IRC ଭିଲେଜ ମେଡିକାଲରେ ଟ୍ରାଏଲ ରନ୍ ଆରମ୍ଭ ହୋଇଥିବା ଜଣାଯାଇଛି। ଆଜି ଅପରାହ୍ନରୁ ସ୍ଲଟ୍ ଅଫ୍ ଆପଏଣ୍ଟମେଣ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ। କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହି ଡ୍ରାଏ ରନ୍ ଚାଲିଥିବା ବେଳେ ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ   ଟିକା […]

ଆଜି ଡ୍ରାଏ ରନ୍‌, ସୋମବାରଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ

dry-run

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ। ଏଥିନିମନ୍ତେ ଆଜି ଚାଲିଛି  ଡ୍ରାଏ ରନ୍।ଆଜି IRC ଭିଲେଜ ମେଡିକାଲରେ ଟ୍ରାଏଲ ରନ୍ ଆରମ୍ଭ ହୋଇଥିବା ଜଣାଯାଇଛି। ଆଜି ଅପରାହ୍ନରୁ ସ୍ଲଟ୍ ଅଫ୍ ଆପଏଣ୍ଟମେଣ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ।

Advertisment

କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହି ଡ୍ରାଏ ରନ୍ ଚାଲିଥିବା ବେଳେ ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ   ଟିକା ଦିଆଯିବ।   ବୈଷୟିକ ଏବଂ ପରିଚାଳନାଗତ ସ୍ତରରେ ଯେପରି କୌଣସି ତ୍ରୁଟି ନରହେ ସେଥିପାଇଁ ଏହି ଟ୍ରାଏଲ କରାଯାଉଥିବା ବିଏମସି କମିଶନର କହିଛନ୍ତି । ସୋମବାରଠାରୁ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଟିକାକରଣ କରାଯିବବୋଲି ସେ ସୂଚନା ଦେଇଛନ୍ତି । ଆଜି ଅପରାହ୍ନରୁ ଆପଏଣ୍ଟମେଣ୍ଟ ସ୍ଲଟ୍ କରାଯିବ ବୋଲି ସେ କହିଥିବା ବେଳେ  ମେ ୩ରୁ କେବଳ ପଞ୍ଜୀକରଣ କରିଥିବା ବ୍ୟକ୍ତି ଟିକା ନେଇପାରିବେ ବୋଲି ସୂଚନା ଦେଇଛନ୍ତି। 

ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ ଏବଂ ଏକକାଳୀନ  ୪୫ରୁ ଊର୍ଦ୍ଧ୍ୱ ଓ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ହେବ । ଉଭୟ ଗ୍ରୁପ ପାଇଁ ସରକାରୀ ମେଡିକାଲରେ ଅଲଗା ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର କହିଛନ୍ତି । ଗତକାଲି ରାଜ୍ୟ ସରକାରଙ୍କ ଅର୍ଡର ଅନୁସାରେ ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଆସିଛି  ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe