Advertisment

୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୪ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଖୋର୍ଦ୍ଧାରୁ ୧ କେଜି ୩୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ରାଜେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ବିଶ୍ୱାଳ ଓ ସନ୍ତୋଷ ରାଉତରାୟ। ରାକେଶ ଓ ବିରଞ୍ଚିର ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ କୋଚିଲାବଣ ସାହିରେ ହୋଇଥିବା ବେଳେ ଜଗବନ୍ଧୁର ଘର ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ସପ୍ନେଶ୍ୱର ସାହିରେ। ସନ୍ତୋଷର […]

୧ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ, ୪ ଗିରଫ

Accused

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଖୋର୍ଦ୍ଧାରୁ ୧ କେଜି ୩୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ରାଜେଶ କୁମାର ବାରିକ, ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ବିଶ୍ୱାଳ ଓ ସନ୍ତୋଷ ରାଉତରାୟ। ରାକେଶ ଓ ବିରଞ୍ଚିର ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ କୋଚିଲାବଣ ସାହିରେ ହୋଇଥିବା ବେଳେ ଜଗବନ୍ଧୁର ଘର ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ସପ୍ନେଶ୍ୱର ସାହିରେ। ସନ୍ତୋଷର ଘର ଖୋର୍ଦ୍ଧା ଟାଉନ୍ ଥାନା ଅଞ୍ଚଳରେ।

ଅଭିଯୁକ୍ତମାନଙ୍କ ଠାରୁ ୧.୩୦ କେଜି ବ୍ରାଉନ୍ ସୁଗର ସହିତ ଅନ୍ୟାନ୍ୟ ବେଆଇନ ସାମଗ୍ରୀ ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗରର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଏସ୍‌ଟିଏଫ୍ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି।

Advertisment

ନିଶା ସାମଗ୍ରୀ ଚୋରା ଚାଲାଣ ବିରୋଧରେ ଏସ୍‌ଟିଏଫ୍ ଅଭିଯାନ ଜୋରଦାର ଚାଲିଛି। ୨୦୨୦ରୁ ଏଯାବତ ଏସ୍‌ଟିଏଫ୍ ୫୫ କେଜିରୁ ଅଧିକ ବ୍ରାଉନ୍ ସୁଗର/ହେରୋଇନ୍, ୨୦୨ ଗ୍ରାମ କୋକେନ୍, ୧୧୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଅଫିମ ଜବତ କରିଛନ୍ତି। ଏହି ସବୁ ମାମଲାରେ ଏସ୍‌ଟିଏଫ୍ ୧୫୬ ଜଣଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe