Advertisment

ମେଡିକାଲ କଲେଜ ଅଧୀକ୍ଷକଙ୍କୁ ମାଡ ମାମଲା, ୪ ଗିରଫ

ବାରିପଦା(ମାଣିକଲାଲ ପାଣି) : ଜଣେ ନାବାଳିକା ମୃତ୍ୟୁକୁ ନେଇ ଗତ ୨ ଦିନ ପୂର୍ବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତା ନାବାଳିକାଙ୍କ ସମ୍ପର୍କୀୟ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର କରିଥିବା ମାମଲାରେ  ଏପରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍‌।  ପୁଲିସ୍‌ ଏହି ଘଟଣାର ତଦନ୍ତ କରି ୩ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ,  ଗତ ସୋମବାର  ପିଆରଏମ୍ ମେଡିକାଲରେ ଜଣେ […]

ଅଦ୍ୟତନ ହୋଇଛି
ମେଡିକାଲ କଲେଜ ଅଧୀକ୍ଷକଙ୍କୁ ମାଡ ମାମଲା, ୪ ଗିରଫ

baripada

Advertisment

ବାରିପଦା(ମାଣିକଲାଲ ପାଣି) : ଜଣେ ନାବାଳିକା ମୃତ୍ୟୁକୁ ନେଇ ଗତ ୨ ଦିନ ପୂର୍ବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତା ନାବାଳିକାଙ୍କ ସମ୍ପର୍କୀୟ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ଓ ଦୁର୍ବ୍ୟବହାର କରିଥିବା ମାମଲାରେ  ଏପରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍‌।  ପୁଲିସ୍‌ ଏହି ଘଟଣାର ତଦନ୍ତ କରି ୩ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ।

Advertisment

ସୂଚନାଯୋଗ୍ୟ,  ଗତ ସୋମବାର  ପିଆରଏମ୍ ମେଡିକାଲରେ ଜଣେ ନାବାଳିକା ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପଶି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଘୋଷାଡି ଘୋଷାଡି ବାହାରକୁ ଆଣିଥିଲେ ।  ଡାକ୍ତରଙ୍କ ଅବହେଳା ଯୋଗୁ ଝିଅର ମୃତ୍ୟୁ ହୋଇଥିବା ନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିବା ବେଳେ ଅଧିକ୍ଷକ ମଧ୍ୟ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପିଆରଏମ୍ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଦୁର୍ବ୍ୟବହାରକୁ ପ୍ରତିବାଦ କରି ବରିଷ୍ଠ ଡାକ୍ତରମାନଙ୍କ ଏକ ପ୍ରତିନିଧି ଦଳ ଗତକାଲି ପୁଲିସ୍‌  ଡିଜି ଅଭୟଙ୍କୁ ଭେଟିଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌  ଡିଜି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Advertisment
Odisha News Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe