/odisha-reporter/media/post_attachments/uploads/2020/05/karangia-789.jpg)
karangia
କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା ଜଶୀପୁର ସ୍ଥିତ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ତରଫରୁ ଗତକାଲି କରଞ୍ଜିଆ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ୩ଫୁଟ ଲମ୍ବର ଏକ କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଥିଲା। ଏହାସହ ଏହି ଘଟଣାରେ ବନବିଭାଗ ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନଙ୍କ ମଧ୍ୟରୁ ୩ଜଣ କରଞ୍ଜିଆ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଇପର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
Advertisment
ଉଦ୍ଧାର ହେଇଥିବା ବାଘ ଛାଲ ଦୁଇବର୍ଷ ତଳର ବୋଲି ବନ ବିଭାଗ କର୍ମଚାରୀମାନେ ଅନୁମାନ କରୁଛନ୍ତି। ତେବେ ଏହି ବାଘକୁ କେଉଁଠି ଓ କିଏ ହତ୍ୟା କରିଛି, ସେନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
