Advertisment

ପ୍ରଚଣ୍ଡ ଖରା: ୪୪ ଡିଗ୍ରୀ ଉପରେ ୪ ସହର, ସୋନପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଣିପାଗ ବିଭାଗର ଆକଳନ ଠିକ୍ ହୋଇଛି। ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଅଧିକାଂଶ ପ୍ରମୁଖ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଉଛି। ଆଜି ରାଜ୍ୟରେ ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ସେଥିରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରହିଛି। ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତା’ପଛକୁ ଯଥାକ୍ରମେ ରହିଛନ୍ତି- […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପ୍ରଚଣ୍ଡ ଖରା: ୪୪ ଡିଗ୍ରୀ ଉପରେ ୪ ସହର, ସୋନପୁର ସବୁଠୁ ଉତ୍ତପ୍ତ

Heat Wave

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଣିପାଗ ବିଭାଗର ଆକଳନ ଠିକ୍ ହୋଇଛି। ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଅଧିକାଂଶ ପ୍ରମୁଖ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଉଛି।

Advertisment

ଆଜି ରାଜ୍ୟରେ ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ସେଥିରୁ ୪ଟି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରହିଛି। ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତା’ପଛକୁ ଯଥାକ୍ରମେ ରହିଛନ୍ତି- ଅନୁଗୋଳ (୪୪.୧), ଝାରସୁଗୁଡ଼ା (୪୪) ଓ ବଲାଙ୍ଗିର (୪୪)।

ସେହିପରି ସମ୍ବଲପୁରରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ୪୩.୫, ହୀରାକୁଦରେ ୪୩.୧, ଟିଟିଲାଗଡ଼ରେ ୪୩.୨, ଦେବଗଡ଼ରେ ୪୩, ବରଗଡ଼ରେ ୪୩.୪ ଓ ବୌଦ୍ଧରେ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ଅନ୍ୟପକ୍ଷରେ ବାରିପଦାରେ ତାପମାତ୍ରା ୪୨.୬ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୨.୫, ପାରଳାଖେମୁଣ୍ଡିରେ ୪୨.୩, କେନ୍ଦୁଝରରେ ୪୧.୬, ଭଦ୍ରକରେ ୪୧, ଯାଜପୁରରେ ୪୧.୨, ଢେଙ୍କାନାଳରେ ୪୧, ନୂଆପଡ଼ାରେ ୪୧.୫, ଖୋର୍ଦ୍ଧାରେ ୪୧.୫, ନୟାଗଡ଼ରେ ୪୧, ଭୁବନେଶ୍ୱରରେ ୪୦.୩, ଚାନ୍ଦବାଲିରେ ୪୦.୨ ଓ ବାଲେଶ୍ୱରରେ ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି।

କଟକରେ ଆଜି ଦିନର ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୩୯.୬, ମାଲକାନଗିରିରେ ୩୯.୫, କେନ୍ଦ୍ରାପଡ଼ାରେ ୩୮.୮, ନବରଙ୍ଗପୁରରେ ୩୮, କୋରାପୁଟରେ ୩୭.୬ ଓ ଜଗତସିଂହପୁରରେ ୩୬.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ହିଟ୍ ୱେଭ୍ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଶ୍ଚିମଓଡ଼ିଶାର ଅନ୍ୟ କେତେକ ଜିଲ୍ଲାରେ ଏହି ହିଟ୍ ୱେଭ ୩୦ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏହି ହିଟ୍ ୱେଭ୍ ଯୋଗୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷକରି ଛୋଟ ପିଲା, ବୟସ୍କ ଲୋକ ଓ ଅସୁସ୍ଥ ଲୋକମାନଙ୍କୁ ଘରୁ ନବାହାରିକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ସୂଚନାଯୋଗ୍ୟ, ଗତ ପ୍ରାୟ ଏକ ସପ୍ତାହ ଧରି କ୍ରମାଗତ ଭାବେ ରାଜ୍ୟରେ ତାପମାତ୍ରା ଅଧିକ ରହିଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।