ବନ୍ଧା ହେବା ପରେ ଅଭିନୟ କଲେ ଗୁପ୍ତଚର, ଗାଇଲେ ଜାତୀୟ ସଙ୍ଗୀତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ମୟାଜାଲରେ ଫସି ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR)ର ୪ ଠିକା କର୍ମଚାରୀ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ ବେଳେ ସେମାନେ ଗୁପ୍ତ ତଥ୍ୟ ପ୍ରଦାନ ଅଭିଯୋଗକୁ ଖଣ୍ଡନ କରିବା ବେଳେ କିଏ ଗାଇଥିଲେ ଜାତୀୟ ସଙ୍ଗୀତ ତ ଆଉ କିଏ ବନ୍ଦେ ମାତରମ କହିଥିଲା। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ରହିଛି ଭାରତ ସରକାରଙ୍କ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ITR)। […]

DRDO

DRDO

Manoranjan Sial
  • Published: Wednesday, 15 September 2021
  • Updated: 15 September 2021, 09:35 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନୀ ସୁନ୍ଦରୀଙ୍କ ମୟାଜାଲରେ ଫସି ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR)ର ୪ ଠିକା କର୍ମଚାରୀ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଚାଲାଣ ବେଳେ ସେମାନେ ଗୁପ୍ତ ତଥ୍ୟ ପ୍ରଦାନ ଅଭିଯୋଗକୁ ଖଣ୍ଡନ କରିବା ବେଳେ କିଏ ଗାଇଥିଲେ ଜାତୀୟ ସଙ୍ଗୀତ ତ ଆଉ କିଏ ବନ୍ଦେ ମାତରମ କହିଥିଲା।

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ରହିଛି ଭାରତ ସରକାରଙ୍କ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ITR)। ଏଠାରେ ଝାମ୍ପରାହାଟ ଗାଁର ବସନ୍ତ ବେହେରା ଓ ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର ଏସି ଅପରେଟର ଭାବେ କାମ କରୁଥିଲେ। ଠିକ୍‌ ସେହିପରି ପାଳଶିଆର ତାପସ ରଞ୍ଜନ ନାୟକ ମୁଖ୍ୟଫାଟକ ଜଗୁଆଳୀ ଭାବେ ନିୟୋଜିତ ହୋଇଥିବା ବେଳେ ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ଡିଜି ଅପରେଟର ଥିଲେ। ଏମାନେ ଦୀର୍ଘ ବର୍ଷ ଧରି ଏଠାରେ ନିୟୋଜିତ ଥିଲେ। କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି ଚାକିରି କରୁଥିଲା। ଏହା ସତ୍ତ୍ୱେ ଏମାନେ କେମିତି ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରୁଥିଲେ? କେଉଁ ଲାଳସା ଏମାନେ ଶତ୍ରୁ ରାଷ୍ଟ୍ରକୁ ଦେଶର ଗୁପ୍ତ ତଥ୍ୟ ଦେଉଥିଲେ?

କୁହାଯାଉଛି, ଏହା ପଛରେ ଥିଲା ପାକିସ୍ତାନୀ ସୁନ୍ଦରୀର ମାୟାଜାଲ। ଗିରଫ ୪ ଠିକା କର୍ମଚାରୀ ଜଣେ ପାକିସ୍ତାନୀ ସୁନ୍ଦରୀ ଏଜେଣ୍ଟଙ୍କ ହନିଟ୍ରାପ୍‌ରେ ଫସି ଡିଆର୍‌ଡିଓର ଗୁପ୍ତ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି। ଏନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାକୁ ଏଡ଼ାଇ ଦିଆଯାଇନପାରେ ବୋଲି କହିଛନ୍ତି ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର।

ଆଲୋଚନା ହେଉଛି ପାକିସ୍ତାନୀ ସୁନ୍ଦରୀ ଜଣକ ପ୍ରଥମେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଫେସବୁକ୍‌ରେ ବନ୍ଧୁତା ସ୍ଥାପନ କରିଥିଲା। ନିଜକୁ ଉତ୍ତରପ୍ରଦେଶର ଯୁବତୀ ଭାବେ ପରିଚୟ ଦେଇ ଆତ୍ମୀୟତା ବଢାଇଥିଲା। ପରେ ଚାନ୍ଦିପୁର ବୁଲି ଆସିବାକୁ ଇଚ୍ଛା କରିବା ସହ ଏକ ସ୍ଥାନୀୟ ସିମ୍‌ କାର୍ଡ ଯୋଗାଡ କରିବାକୁ କହିଥିଲା। ଏଥିପାଇଁ ସଂପୃକ୍ତ କର୍ମଚାରୀଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଇବା ସହ ବିଶ୍ୱାସ ଭାଜନ ହୋଇଥିଲା। ଆଉ ତା’ପରେ କର୍ମଚାରୀ ଜଣକ ନିଜ ନାଁରେ ସିମ୍‌କାର୍ଡ ଆଣି ସଂପୃକ୍ତ ସୁନ୍ଦରୀଙ୍କୁ ନମ୍ବର ଦେଇଥିଲେ। ସେ ସେହି ନମ୍ବରରେ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଖୋଲି ଜଣକ ପରେ ଜଣେ ୪ଜଣ କର୍ମଚାରୀଙ୍କୁ ପ୍ରଲୋଭିତ କରିଥିଲା। ଆଉ ସମୟ ସୁବିଧା ଦେଖି ଗୁପ୍ତ ତଥ୍ୟ ହାସର କରିଥିଲା ପାକିସ୍ତାନୀ ସୁନ୍ଦରୀ।

ଅନ୍ୟପକ୍ଷରେ ଅଭିଯୁକ୍ତମାନେ ନିଜ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ମିଛ ବୋଲି କହିଥିଲେ ମଧ୍ୟ ଫେସ୍‌ବୁକ୍‌ରେ ଚାଟ କରିବା କଥାକୁ ସ୍ୱୀକାର କରିଛି ହେମନ୍ତ ମିସ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story