Advertisment

୨ କାର୍ ମୁହାଁମୁହିଁ ଧକ୍କା; ୪ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ନାଲକୋ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ୨ଟି କାର୍ ମୁହାଁମୁହିଁ ଧକ୍କା ହେବାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୨ ଜଣ ଗୁରୁତର ହୋଇଛନ୍ତି । ଜଣେ ମୃତକଙ୍କ ପରିଚୟ ମିଳିଛି। ତାଙ୍କ  ନାଁ ବରଦା ପ୍ରସନ୍ନ ପରିଡ଼ା ଓ ଘର ନିଳାଦ୍ରୀ ବିହାର ଅଞ୍ଚଳରେ। ଅନ୍ୟମାନଙ୍କ ପରିଚୟ ମିଳି ପାରି ନାହିଁ। ପୁଲିସ୍‌ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, […]

ଅଦ୍ୟତନ ହୋଇଛି
୨ କାର୍ ମୁହାଁମୁହିଁ ଧକ୍କା; ୪ ମୃତ

accident-bbsr-555

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ନାଲକୋ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ୨ଟି କାର୍ ମୁହାଁମୁହିଁ ଧକ୍କା ହେବାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୨ ଜଣ ଗୁରୁତର ହୋଇଛନ୍ତି ।

Advertisment

ଜଣେ ମୃତକଙ୍କ ପରିଚୟ ମିଳିଛି। ତାଙ୍କ  ନାଁ ବରଦା ପ୍ରସନ୍ନ ପରିଡ଼ା ଓ ଘର ନିଳାଦ୍ରୀ ବିହାର ଅଞ୍ଚଳରେ। ଅନ୍ୟମାନଙ୍କ ପରିଚୟ ମିଳି ପାରି ନାହିଁ।

ପୁଲିସ୍‌ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ଗୋଟାଏରୁ ଦୁଇଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ନାଲକୋ ଛକ ନିକଟରେ ୨ଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।  ଗୋଟିଏ କାର୍‌ ଭିତରେ ୬ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୨ ଦୁଇ ଜଣ ମହିଳା ଓ ୪ ଜଣ ପୁରୁଷ ବ୍ୟକ୍ତି ଥିଲେ। ସେମାନେ ସମସ୍ତ ଗୋଟିଏ ପରିବାର ବୋଲି କୁହାଯାଉଛି। ହେଲେ ଏନେଇ ପୁଲିସ୍‌ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।  ସେମାନେ ବାଲେଶ୍ୱରରୁ ଫେରୁଥିଲେ।

Advertisment

ଅନ୍ୟ ଏକ କାର୍‌ରେ ଆଚାର୍ଯ୍ୟ ବିହାରରୁ ଜଣେ ବ୍ୟକ୍ତି ଆସୁଥିଲେ। ତେବେ ତାଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଦୁର୍ଘଟଣା ପରେ ତାଙ୍କ ସ୍ଥିତି ସମ୍ପର୍କରେ ଜଣାପଡ଼ି ନାହିଁ।

ଦୁର୍ଘଟଣାରେ ଗୁରୁତର ୨ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଗାଡ଼ି ଦ୍ରୁତ ଗତିରେ ଥିବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe