Advertisment

ଚନ୍ଦାହାଣ୍ଡିରେ ଅଜଣା ରୋଗ ଆତଙ୍କ: ୧୦ ଦିନରେ ଗଲାଣି ୪ ଜୀବନ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମାଲକାନଗିରି ଓ କୋରାପୁଟ ପରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଅଜଣା ରୋଗର ଆତଙ୍କ। ୧୦ ଦିନରେ ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର। ଏହି ଘଟଣାକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡ଼ା ଭୋଇପାରା ସାହିରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅଜଣା ରୋଗରେ ପ୍ରାଣ ହରାଇଥିବା ୪ ଜଣ ଗାଁର ଦୁର୍ଯ୍ୟୋଧନ ପାରାଭୋଇଙ୍କ ପରିବାରର ସଦସ୍ୟ ଥିଲେ। ଅଗଷ୍ଟ ୨୯ ତାରିଖରେ ଦୁର୍ଯ୍ୟୋଧନଙ୍କ ସାନ ଭାଇ ସଦାରାମ ପାରାଭୋଇଙ୍କ ମୃତ୍ୟୁ […]

ଅଦ୍ୟତନ ହୋଇଛି
ଚନ୍ଦାହାଣ୍ଡିରେ ଅଜଣା ରୋଗ ଆତଙ୍କ: ୧୦ ଦିନରେ ଗଲାଣି ୪ ଜୀବନ

village

Advertisment

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମାଲକାନଗିରି ଓ କୋରାପୁଟ ପରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଅଜଣା ରୋଗର ଆତଙ୍କ। ୧୦ ଦିନରେ ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୋଟିଏ ପରିବାରର। ଏହି ଘଟଣାକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡ଼ା ଭୋଇପାରା ସାହିରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Advertisment

ଅଜଣା ରୋଗରେ ପ୍ରାଣ ହରାଇଥିବା ୪ ଜଣ ଗାଁର ଦୁର୍ଯ୍ୟୋଧନ ପାରାଭୋଇଙ୍କ ପରିବାରର ସଦସ୍ୟ ଥିଲେ। ଅଗଷ୍ଟ ୨୯ ତାରିଖରେ ଦୁର୍ଯ୍ୟୋଧନଙ୍କ ସାନ ଭାଇ ସଦାରାମ ପାରାଭୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧ ତାରିଖରେ ତାଙ୍କ ମା’ ଦେମତୀ ପାରାଭୋଇ ଓ ୪ ତାରିଖରେ ବାପା ଲକ୍ଷ୍ମୀଧର ପାରାଭୋଇଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ଦୁର୍ଯ୍ୟୋଧନଙ୍କ ଆଉ ଜଣେ ଭାଇ କୈବଲ୍ୟ ପାରାଭୋଇଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରିବାରର ୭ ସଦସ୍ୟଙ୍କ ମଧ୍ୟରୁ ଆଉ ଏବେ ତାଙ୍କୁ ମିଶାଇ ୩ ଜଣ ଅଛନ୍ତି।

ଦୁର୍ଯ୍ୟୋଧନଙ୍କ ପରିବାରର ଜଣେ ପରେ ଜଣେ ସଦସ୍ୟଙ୍କର କାହିଁକି ମୃତ୍ୟୁ ହେଲା, ତାକୁ ନେଇ ଡାକ୍ତରୀ ଟିମ୍‌ ବି ସନ୍ଦେହରେ ରହିଛି। ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ବି ମୃତ୍ୟୁର କାରଣ ଜାଣିପାରିନାହିଁ।

Advertisment

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ମାଥିଲିର ହଳଦୀକୁଣ୍ଡରେ ମଧ୍ୟ ଥମିନି ଅଜଣା ରୋଗର ଆତଙ୍କ। ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ଅଜଣା ରୋଗ। ଗତ ୧୧ ଦିନ ଭିତରେ ଏଠାରେ ୭ ଜଣଙ୍କ ମୃତ୍ୟୁ ହେଲାଣି। ଅଜଣା ରୋଗକୁ ନେଇ ଏଠାରେ କୋକୁଆ ଭୟ ସୃଷ୍ଟି ହୋଇଛି। କାହାକୁ ଜ୍ୱର ହେଉଛି ତ କାହାର ଗୋଡ଼ ଫୁଲିଯାଉଛି। ଘରେ ଘରେ ଶଯ୍ୟାଶାୟୀ ହୋଇ ରହୁଛନ୍ତି। ତିନି ଚାରି ଦିନ ପଡ଼ି ରହିବା ପରେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟୁଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡ଼ିବା ପରେ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ୧୫ରୁ ଅଧିକ ଦିନ ହେଲା ଏଠାରେ ଅଜଣା ରୋଗ ବ୍ୟାପିଥିବା ଲୋକେ କହିଛନ୍ତି।

କୋରାପୁଟ ଜିଲ୍ଲା କାଣ୍ଡିକିଗୁଡ଼ା ଗାଁରେ ବି ସମାନ ସ୍ଥିତି ଉପୁଜିଛି। ଏଠି ବି ସପ୍ତାହେ ଭିତରେ ୩ ଜଣଙ୍କର ମୃତ୍ୟୁ ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆକ୍ରାନ୍ତଙ୍କ ହାତଗୋଡ଼ ଓ ମୁହଁ ହଠାତ୍ ଫୁଲି ଯାଉଛି। ସେମାନେ ଖୁବ୍ ଦୁର୍ବଳ ହୋଇପଡ଼ୁଛନ୍ତି। ୧୫ରୁ ୨୦ ଦିନ ବିଛଣାରେ ପଡ଼ି ରହିବା ପରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ରାମଗିରିରୁ ଏକ ମେଡିକାଲ ଟିମ୍ ଆସି ଗାଁରେ ଚିକିତ୍ସା କରୁଛି। ଗତବର୍ଷ ମଧ୍ୟ ଏହି ସମୟରେ ଏହି ଗାଁରେ ଅଜଣା ରୋଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe