Advertisment

ରାଜଧାନୀରେ ଆଉ ୪ଟି ଫ୍ଲାଟ୍ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଉ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଡୁମଡୁମାର କସମୋପଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହି ୪ଟି ଫ୍ଲାଟରୁ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ କାରଣରୁ ବିଏମସି ବଡ଼ ପଦକ୍ଷେପ ସ୍ୱରୂପ ଏହି ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରିଛି। ଗତକାଲି ରାଜଧାନୀର ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ଆଜି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଫ୍ଲାଟ୍ ଗୁଡ଼ିକ ହେଲା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରାଜଧାନୀର ୫ଟି ଅଞ୍ଚଳ ହେଲା କଣ୍ଟେନମେଣ୍ଟ

containment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଉ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଡୁମଡୁମାର କସମୋପଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହି ୪ଟି ଫ୍ଲାଟରୁ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ କାରଣରୁ ବିଏମସି ବଡ଼ ପଦକ୍ଷେପ ସ୍ୱରୂପ ଏହି ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରିଛି। ଗତକାଲି ରାଜଧାନୀର ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା।

Advertisment

ଆଜି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଫ୍ଲାଟ୍ ଗୁଡ଼ିକ ହେଲା ଜି-୧୩୨, ଜି-୧୫୧, ଜି-୧୧୨ ଓ ଜି-୧୪୨। କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହୋଇଥିବା ଏହି ପ୍ଳଟ୍ ଗୁଡ଼ିକରେ କେହି ପ୍ରବେଶ କରିପାରିବେ ନାହିଁ କି ସେଠାରେ ରହୁଥିବା କୌଣସି ବ୍ୟକ୍ତି ବାହାରକୁ ଆସି ପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କୁ ବିଏମ୍‌ସି ପକ୍ଷରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ।

ବିଏମ୍‌ସିର ଦକ୍ଷିଣ- ପଶ୍ଚିମ ଜୋନ୍ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ଜେଡ୍. ଆବେଦିନ ଯୋଗାଣ ଦାୟିତ୍ୱରେ ରହିବେ। ସେହିପରି ଡାକ୍ତର ଦୀପ୍ତିମାନ ବେହେରା କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ବିଏମ୍‌ସି ଅଞ୍ଚଳରେ ୬୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ବିଏମସିରେ ୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

https://twitter.com/bmcbbsr/status/1473648645140463617?s=20