ଜଳିଗଲା ୪ ବଖରା ଘର

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅନ୍ତର୍ଗତ ରାଜରାଜେଶ୍ୱରୀ ପଲ୍ଲୀରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୁଇଟି ପରିବାରର ୪ ବଖରା ଘର ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ପ୍ରବୀଣ ମଣ୍ଡଳ ଏବଂ ରବୀନ୍ଦ୍ର ମଣ୍ଡଳଙ୍କ ଘର ଜଳି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ଛାରଖାର ହୋଇଯାଇଛି।

ଏହି ଅଗ୍ନିକାଣ୍ଡରେ ବୈଷ୍ଣବ ଚରଣ ବେହେରା ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ଦମକଳ ବାହିନୀ ପହଞ୍ଚିବା ବେଳକୁ ଘର ସଂପୂର୍ଣ୍ଣ ଜଳି ଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।