/odisha-reporter/media/post_attachments/uploads/2016/03/accident1.jpg)
accident
ବ୍ରହ୍ମପୁର: ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅନ୍ତର୍ଗତ ସୁରଙ୍ଗୀ ବୃନ୍ଦାବନ ନଗର ନିକଟରେ ଏକ ବୋଲେରୋ (ଓଆର-୦୨-ଏମ୍-୫୩୫୬) କଲଭର୍ଟ ତଳକୁ ଖସିପଡ଼ିବାରୁ ଡ୍ରାଇଭର ସମେତ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଡ୍ରାଇଭର ସୁରେନ୍ଦ୍ର ସାହୁ(୪୭), ତ୍ରିନାଥ ନାୟକ(୫୧), ଶ୍ୟାମ ସୁନ୍ଦର ନାୟକ(୩୫), ମୀରା ନାୟକ(୩୭) ଓ ଶ୍ରଦ୍ଧାଶ୍ୟାମ ନାୟକ(୧୪)। ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Advertisment
ଆହତ ମାନେ ବୁଡ଼ାଗଡ଼ ଗାଁରୁ ବ୍ରହ୍ମପୁରକୁ ଆସୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଗାଁ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତଖାନାକୁ ପଠାଇଥିଲେ। ଘଟଣାସ୍ଥଳରେ ଜରଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
