Advertisment

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌

ଜୟପୁର (ଓଡ଼ିଶା ରିପୋର୍ଟର): ୨୬ ନମ୍ବର ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ପୁଣି ଘଟିଛି ଦୁର୍ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏକ ମାଲ ବୋଝେଇ ଟ୍ରକ୍ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି। ଧକ୍କା ଖାଇବା ପରେ ସିମେଣ୍ଟ ବୋଝେଇ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ସେହିଭଳି ଧକ୍କା ଦେଇଥିବା ଟ୍ରକ୍‌ଟି ଅଳ୍ପକେ ଘାଟି ତଳକୁ ଖସିବାରୁ ବର୍ତ୍ତି କଲା। ତେବେ ଏହାର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଘାଟି […]

ଅଦ୍ୟତନ ହୋଇଛି
ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌

Accident

Advertisment

ଜୟପୁର (ଓଡ଼ିଶା ରିପୋର୍ଟର): ୨୬ ନମ୍ବର ଜାତୀୟ ରାଜପଥର ଜୟପୁର-କୋରାପୁଟ ଘାଟିରେ ପୁଣି ଘଟିଛି ଦୁର୍ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି।

Advertisment

ଏକ ମାଲ ବୋଝେଇ ଟ୍ରକ୍ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି। ଧକ୍କା ଖାଇବା ପରେ ସିମେଣ୍ଟ ବୋଝେଇ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ସେହିଭଳି ଧକ୍କା ଦେଇଥିବା ଟ୍ରକ୍‌ଟି ଅଳ୍ପକେ ଘାଟି ତଳକୁ ଖସିବାରୁ ବର୍ତ୍ତି କଲା। ତେବେ ଏହାର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଘାଟି ତଳକୁ ଚାଲିଯାଇଥିଲା।

[caption id="attachment_645019" align="aligncenter" width="650"]Accident ଘାଟିରେ ଖସିବାରୁ ଅଳ୍ପକେ ବର୍ତ୍ତି ଯାଇଛି ଦୁର୍ଘଟଣାଗ୍ରସ୍ତ ମାଲ ବୋଝେଇ ଟ୍ରକ୍‌[/caption]

Advertisment

ଏହି ଦୁର୍ଘଟଣାରେ ଉଭୟ ଟ୍ରକ୍‌ର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସେମାନଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।

[caption id="attachment_645020" align="aligncenter" width="650"]Accident ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ଟ୍ରକର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି।[/caption]

ଗତ ବୁଧବାର ଏହି ସ୍ଥାନରେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ଯାଇଥିଲା। ୪ ଦିନ ହେଲାଣି ଅନ୍ୟ ଟ୍ୟାଙ୍କରରେ ଏଠାରୁ ଗ୍ୟାସ୍ ସ୍ଥାନାନ୍ତର କରାଯାଉଛି।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe