electricshock
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ନାଟକ ପରିବେଷଣ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ନୂଆପେଣ୍ଠ ଗାଁରେ । ଆହତମାନଙ୍କୁ ପାତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି।
ଗଣେଶ ପୂଜା ଅବସରରେ ନୂଆପେଣ୍ଠ ଗାଁରେ ନାଟକ ପରିବେଷଣ କରା ଯାଉଥିଲା। ଗ୍ରାମବାସୀମାନେ ମଞ୍ଚ ତଳେ ବସି ନାଟକ ଦେଖୁଥିଲେ। ହେଲେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ୪ଜଣ ଗ୍ରାମବାସୀ ମଞ୍ଚ ନିକଟକୁ ଲାଗି ବସିଥିଲେ। ଏହି ସମୟରେ ସେମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସେମାନେ ସେଠାରେ ବେହୋସ ହୋଇ ପଡ଼ି ଯାଇଥିଲେ। ଗ୍ରାମବାସୀ ସଙ୍ଗେ ସଙ୍ଗେ ଲାଇନ କାଟି ଏହି ଚାରି ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମଞ୍ଚ ନିକଟରେ ସର୍ଟସର୍କିଟ ଯୋଗୁ ଏପରି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/electricshock1666.jpg)