Advertisment

ଖେଳ ହେଲା କାଳ; ପାଳଘରେ ନିଆଁଲାଗି ୩ ଶିଶୁ ମୃତ

ଛତ୍ରପୁର(ଆଲୋକ ଗୌଡ଼): ପାଳଘର କରି ନିଆଁ ଲଗାଇ ଖେଳିବା ତିନି ଜଣ ଶିଶୁଙ୍କ ଲାଗି କାଳ ହୋଇଛି। ଅକାଳରେ ଝଡ଼ି ଯାଇଛି ସେମାନଙ୍କ ଜୀବନ। ତା’ସହିତ ସେମାନଙ୍କର ଆଉ ଜଣେ ସାଥୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଦୁଃଖ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ। ମୃତ ଶିଶୁ ମାନେ ହେଲେ- ଇତିଶ୍ରୀ ଜେନା (୫), ସାଇରାମ ଜାନି (୭) […]

ଅଦ୍ୟତନ ହୋଇଛି
ଖେଳ ହେଲା କାଳ; ପାଳଘରେ ନିଆଁଲାଗି ୩ ଶିଶୁ ମୃତ

berhampur-11

Advertisment

ଛତ୍ରପୁର(ଆଲୋକ ଗୌଡ଼): ପାଳଘର କରି ନିଆଁ ଲଗାଇ ଖେଳିବା ତିନି ଜଣ ଶିଶୁଙ୍କ ଲାଗି କାଳ ହୋଇଛି। ଅକାଳରେ ଝଡ଼ି ଯାଇଛି ସେମାନଙ୍କ ଜୀବନ। ତା’ସହିତ ସେମାନଙ୍କର ଆଉ ଜଣେ ସାଥୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ଦୁଃଖ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରାର ଖଇରଛଟା ଗାଁରେ।

Advertisment

ମୃତ ଶିଶୁ ମାନେ ହେଲେ- ଇତିଶ୍ରୀ ଜେନା (୫), ସାଇରାମ ଜାନି (୭) ଓ ଦୀପକ ଗୌଡ଼ (୭)। ଆଲୋକ ଜେନା (୭)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ରଖାଯାଇଛି।

କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇପାରନି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ନଅଟା ବେଳେ ୮ ଜଣ ଶିଶୁ ଏକ ଅଧାଗଢ଼ା ପାଇଖାନା ଘରେ ଖେଳୁଥିଲେ। ସେମାନେ ଅଧାଗଢ଼ା ପାଇଖାନା ଘରର କାନ୍ଥରେ ବାଉଁଶ,କାଠ ଆଦି ପକାଇ ତା’ଉପରେ ପାଳ ଦେଇ ଛପର ତିଆରି କରିଥିଲେ। ତା’ସହିତ ଏକ ଚୁଲି କରି ସେଥିରେ ନିଆଁ ଲଗାଇ ଖେଳରେ ଖେଳରେ କିଛି ରୋଷେଇ କରିବାକୁ ଚେଷ୍ଟା କରିଥିଲେ। ଆଉ ସେତିକି ବେଳେ ହଠାତ ସେହି ପାଳଘରେ ନିଆଁ ଲାଗି ଯାଇଥିଲା।

Advertisment

ନିଆଁ ଦେଖି ଗାଁ ଲୋକେ ସେଠାକୁ ଧାଇଁ ଆସିଥିଲେ ଓ ଚାରି ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ଅନ୍ୟ ଚାରି ଜଣ ନିଆଁ କବଳକୁ ଚାଲି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ସେଠାରେ ପହଞ୍ଚିଲା ବେଳକୁ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟି ସାରିଥିଲା। ଆଉ ଜଣଙ୍କର ସେଠାରେ ମୃତ୍ୟୁ ଘଟିଲା। ସେହିପରି ଗୁରୁତର ଥିବା ଆଲୋକଙ୍କ ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି। ତାଙ୍କ ଶରୀର ମୋଟାମୋଟି ଭାବେ ପୂରା ଜଳି ଯାଇଛି। ତାଙ୍କର ଚେତା ନାହିଁ। କେବଳ ତାଙ୍କ ହୃତ୍‌ପିଣ୍ଡ କାମ କରୁଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେହିଭଳି ସଙ୍କଟାପନ୍ନ ଥିବା ଆଲୋକଙ୍କୁ ମାଗଣା ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe