skill
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ର ଛାତ୍ରୀଙ୍କ ଦକ୍ଷତା ବିକାଶ କରିବେ ଆଇଟି କମ୍ପାନୀ। ଓଡ଼ିଶାରେ ନିଯୁକ୍ତି ପାଇଁ ବହୁଳ ମାତ୍ରାରେ ଆଶାୟୀ ରହିଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରାଇବେ ଆଇଟି କମ୍ପାନୀ। ଏଥିପାଇଁ ଆଜି ‘ବିଶ୍ୱ ଯୁବ କୌଶଳ ଦିବସ’ ଅବସରରେ ଓଡ଼ିଶା ସରକାର ୪ଟି କମ୍ପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି।
https://twitter.com/skilled_odisha/status/1283298565222068225?s=20
ବିଶ୍ୱ ଯୁବ କୌଶଳ ଦିବସ ଅବସରରେ ଏପରି ଚୁକ୍ତି କରାଯାଇଥିବା ସୂଚନା ମିଳିଛି। ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟି ସହ ଚୁକ୍ତି କରିଥିବା ୪ଟି କମ୍ପାନୀ ହେଉଛନ୍ତି ସାପ୍, ଟାଇମ୍ସ ପ୍ରୋ, ସ୍ୟାକ୍ ରୋବୋଟିକ୍ସ ଲ୍ୟାବ୍ସ ଏବଂ କୋର୍ସେରା। ଏତଦ୍ବ୍ୟତୀତ ‘ୟୁଏନ୍ ୱିମେନ୍’ ସହ ପାର୍ଟନରଶିପ୍ ପାଇଁ ମଧ୍ୟ ଚୁକ୍ତି ହୋଇଛି। ୟୁଏନ୍ ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା ଉପରେ କାମ କରିବ।
ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରମୁଖ ଆଇଟି କମ୍ପାନୀ ସାପ୍, ଟାଇମ୍ସ ପ୍ରୋ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟଙ୍କୁ ତାଲିମ ଦେବେ। ସେହିଭଳି ସ୍ୟାକ୍ ରୋବୋଟିକ୍ସ ଲ୍ୟାବ୍ସ ଆଇଟିଆଇ ଛାତ୍ରମାନଙ୍କୁ ରୋବୋଟିକ୍ସ ବାବଦରେ ତାଲିମ ଦେବ। ଅନ୍ୟପକ୍ଷରେ ପ୍ରମୁଖ ଅନଲାଇନ୍ ଲର୍ଣ୍ଣିଂ କମ୍ପାନୀ କୋର୍ସେରା ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ଏବଂ ନୂତନ ଦକ୍ଷତା ସୃଷ୍ଟି କରାଇବାରେ କାମ କରିବ। ମିଳିଥିବା ସୂଚନା ଅନୁଯାୟୀ, କୋଭିଡ୍-୧୯ ସମୟରେ କୋର୍ସେରା ୫୦,୦୦୦ ବେକାର ଯୁବକଙ୍କୁ ତାଲିମ ଦେବାର ଲକ୍ଷ୍ୟ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/skill.jpg)