କେନ୍ଦୁଝର(ପ୍ରଣୟ ପାଣି): କାର୍ ଉପରେ ମାଡ଼ିଗଲା ହାଇୱା। ଘଟଣା ସ୍ଥଳରେ ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ, ତାଙ୍କ ଭାଇ ଓ ଅନ୍ୟ ପରିବାରର ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର୍ ଚାଳକ। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।
ଘଟଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଚିତ୍ତରଞ୍ଜନ ନାଏକ, ତାଙ୍କ ଭାଇ ଚିତ୍ତରଞ୍ଜନ ନାଏକ ଓ ଅନ୍ୟ ପରିବାରର ୨ ଭାଇ ନରୋତ୍ତମ ସିଂ ଓ ହୃଷିକେଶ ସିଂ କାର୍ରେ କେନ୍ଦୁଝରରେ ଚାଲିଥିବା ମୀନାବଜାର ଦେଖିବାକୁ ଯାଉଥିଲେ। ତେବେ ୨୦ ନମ୍ୱର ଜାତୀୟ ରାଜପଥର ବଡ଼ପୋଷି ଛକ ନିକଟରେ ସମ୍ମୁଖରୁ ଆସୁଥିବା ହାଇୱା ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। କାର୍ ଚାଳକ ଓ ଅନ୍ୟ ଜଣଙ୍କୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଚାଳକ ତପନ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।
Politics
ଆସନ୍ତାକାଲିଠୁ ବିଧାନସଭା: ପୁଳାପୁଳା ପ୍ରସଙ୍ଗ, ରଣନୀତି ତୟାର କଲେ ଶାସକ-ବିରୋଧୀ
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ। ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ।
Accident
ଗାଡ଼ି ଚେକିଂ ବେଳେ ମାଡ଼ିଗଲା ଗ୍ୟାସ କଣ୍ଟେନର: ବାଇକ୍ ଆରୋହୀ ମୃତ, ପୁଲିସ୍ କର୍ମଚାରୀ ଗୁରୁତର
ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Crime
ଜେଡ୍ ଇଷ୍ଟେଟ୍ ମାଲିକଙ୍କ ବୟାନ ପରେ ସତ ଖୋଲିଲା ଇଡି: ଜବତ ହୋଇଛି ୧.୩୯କୋଟି ଟଙ୍କା ସହ ବହୁ ଆପତ୍ତିଜନକ ଦସ୍ତାବିଜ
ଭୁବନେଶ୍ୱରର ଗାଡ଼କଣ ମୌଜାରେ ସାଧାରଣ ପ୍ରଶାସନ ବିଭାଗର ଏକ ମୂଲ୍ୟବାନ ସରକାରୀ ଜମି ଜାଲିଆତି ଅଭିଯୋଗ ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ମଧ୍ୟ ଶ୍ରୀ ମହାନ୍ତିଙ୍କ ଅଡ଼ୁଆ ବଢ଼ାଇଛି ।
Miscellaneous
ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
‘ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ଜାରି ରହିଛି।’