Advertisment

ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ପୁଣି ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ। ଦୋଳ ପୂର୍ଣ୍ଣିମା ଉତ୍ସବ ପୂର୍ବରୁ ବଡ଼ ଅଘଟଣ। ବାଣ ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ। ଆହତମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁରେ ଏକ ଘରେ ବାଣ ରଖାଯାଇଥିଲା। ଆଜି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ନିଆଁ ଚାରିଆଡ଼େ ବ୍ୟାପିଯିବା ସହ ଘର ଭିତରେ ଥିବା ବାଣଗୁଡ଼ିକ ଫୁଟିବାରେ ଲାଗିଥିଲା।

author-image
Manoj Swain

Firecracker Explosion Khordha