Advertisment

୪ ମାଓବାଦୀ ଗିରଫ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ପୋଲିସ୍ ୪ ଜଣ ମାଓବାଦୀଙ୍କୁ ଗିରଫ କରିଛି। ଏଲକନୁର ଓ ଗାଜଲକୋଣ୍ଡା ନିକଟସ୍ଥ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବାବେଳେ  ଏହି ମାଓବାଦୀମାନେ ଧରାପଡିଥିବା ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ମାଓବାଦୀମାନେ କାଲିମେଳା କୁରୁବ ଗାଁରେ ଜଣଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥିଲେ। ଗତ ୭ରେ ପୋଲିସ୍ ଇନଫର୍ମର ସନ୍ଦେହରେ ଗାଁର ଡମ୍ବୁରୁ ନାୟକଙ୍କୁ ଏମାନେ ହତ୍ୟା କରିଥିଲେ ବୋଲି ଏସ୍‌ପି କହିଛନ୍ତି।

ସେହିପରି ଛତିଶଗଡରେ ମଧ୍ୟ ୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩ଟି ବନ୍ଧୁକ, ବିସ୍ଫୋରକ ଦ୍ରବ୍ୟ ଓ ମାଓ ସମଗ୍ରୀ ଜବତ କରାଯାଇଛି।

author-image
Ordigital Desk