Advertisment

କରୋନା ପାଇଁ ଭତ୍ତାଧାରୀଙ୍କୁ ଏକସଙ୍ଗେ ୪ ମାସର ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରେନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ସାମାଜିକ ସୁରକ୍ଷା ଅନ୍ତର୍ଗତ ମାସିକ ଭତ୍ତା ବା ପେନସନ ପାଉଥିବା ହିତାଧିକାରୀମାନଙ୍କୁ ଏକସଙ୍ଗେ ୪ମାସର ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଭତ୍ତାକୁ ଏକକାଳୀନ ପ୍ରଦାନ କରାଯିବ। ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ‘କରୋନା […]

author-image
Manoranjan Sial
ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ମହିଳା ପାଇବେ ପେନ୍‌ସନ୍‌

ashok

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରେନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ସାମାଜିକ ସୁରକ୍ଷା ଅନ୍ତର୍ଗତ ମାସିକ ଭତ୍ତା ବା ପେନସନ ପାଉଥିବା ହିତାଧିକାରୀମାନଙ୍କୁ ଏକସଙ୍ଗେ ୪ମାସର ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଭତ୍ତାକୁ ଏକକାଳୀନ ପ୍ରଦାନ କରାଯିବ।

Advertisment

ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ‘କରୋନା ଭାଇରସ୍ ଯୋଗୁ ଏବେ ବିଭିନ୍ନ ପ୍ରକାରର ପ୍ରତିଷେଧକମୂଳକ ନିଆଯାଉଛି। ଲୋକମାନେ ଯେଭଳି ଏକତ୍ରିତ ନହେବେ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବାର୍ଦ୍ଧକ୍ୟଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଆଦିକୁ ଏକସଙ୍ଗେ ୪ମାସର ହିତାଧିକାରୀଙ୍କୁ ବଣ୍ଟନ ନିମନ୍ତେ ପଦକ୍ଷେପ ନିଆଯାଇଛି।

ରାଜ୍ୟରେ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଅନ୍ତର୍ଗତ ହିତାଧିକାରୀମାନଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଥିବାବେଳେ ଏଥିରେ ମଧୁବାବୁ ପେନସନ ଯୋଜନାର ୨୮ଲକ୍ଷ ହିତାଧିକାରୀଙ୍କୁ ମିଶାଇ ମୋଟ ୪୪ଲକ୍ଷ ହିତାଧିକାରୀ ଅଛନ୍ତି। ଏହି ସମସ୍ତ ହିତାଧିକାରୀଙ୍କୁ ୪ମାସର ଏକକାଳୀନ ଭତ୍ତା ପ୍ରଦାନ କରାଯିବ।

Advertisment

ସୂଚନାଯୋଗ୍ୟ, ସାମାଜିକ ନିରାପତ୍ତା ଯୋଜନାରେ ୭୦ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କୁ ମାସିକ ୭୦୦ଟଙ୍କା ଓ ୬୦ବର୍ଷରୁ ଅଧିକ ଓ ୭୦ବର୍ଷରୁ କମ୍ ହିତାଧିକାରୀଙ୍କୁ ମାସିକ ୫୦୦ଟଙ୍କା ବାର୍ଦ୍ଧକ୍ୟଭତ୍ତା ପ୍ରଦାନ କରାଯାଉଛି।