ଭୁବନଶ୍ୱର: ଶୁକ୍ରବାର ଭଦ୍ରକରେ ଆହୁରି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି। ଏ ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା। ପୂର୍ବରୁ ଭଦ୍ରକ ସମେତ ବାଲେଶ୍ୱର ଓ ଯାଜପୁରରେ ସଟ୍ଡାଉନ୍ ଜାରି କରାଯାଇଛି। ସରକାର ଏହି ୩ ଜିଲ୍ଲାରେ ପରୀକ୍ଷାର ମାତ୍ରା ବ୍ୟାପକ କରିଛନ୍ତି।
ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗର ତଥ୍ୟ ଅନୁଯାୟୀ ୪ ଜଣଙ୍କ ମଧ୍ୟରୁ ୨ ଜଣ ଧାମନଗର ବ୍ଲକ୍ର ହୋଇଥିବାବେଳେ ଆଉ ୨ ଜଣ ତିହିଡ଼ି ବ୍ଲକ୍ର। ଏ ସମସ୍ତ ଆକ୍ରାନ୍ତ ପୁରୁଷ ବୋଲି ଜଣାପଡ଼ିଛି।
୪ ଜଣ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୦, ୨୯, ୪୧ ଏବଂ ୨୪ ବର୍ଷ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରାସିଂ ଆରମ୍ଭ ହୋଇସାରିଛି। ଭଦ୍ରକରେ ଏଯାଏ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି।