/odisha-reporter/media/post_attachments/uploads/2020/03/naxal-55.jpg)
naxal
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଶିର୍ଲା ଜଙ୍ଗଲ ପାଖରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୪ ଜଣ କ୍ୟାଡର ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ନିହତ ୪ କ୍ୟାଡର ନକ୍ସଲ BGN ଡିଭିଜନ୍ର ସଦସ୍ୟ ହୋଇଥିବା କୁହଯାଉଛି।
Advertisment
ଆଜି ଭୋରରେ ଗୁଇନ୍ଦା ସୂଚନା ଆଧାରରେ ଡିଭିଏଫ୍ ଓ ଏସ୍ଓଜି ଯବାନ ନକ୍ସଲଙ୍କ କ୍ୟାମ୍ପ ଉପରେ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ନିହତ ନକ୍ସଲଙ୍କ ଉପରେ ସରକାର ପୁରସ୍କାର ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
