Advertisment

ଘର ଭିତରେ ପୋଡ଼ିଗଲେ ବାପା, ମାଆ, ପୁଅ ଓ ବୋହୂ

କଲ୍ୟାଣସିଂହପୁର(ମାଉଡି ବାରିକ): ଘର ଭିତରେ ପୋଡ଼ିଗଲେ ବାପା, ମାଆ, ପୁଅ ଓ ବୋହୂ। ସେମାନଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁର ଦୟାନିଧି ବେହେରାଙ୍କର ବେକେରୀ ଫ୍ୟାକ୍ଟ୍ରି ରହିଛି। ତାଙ୍କର ଦୁଇ ପୁଅ ବେକେରୀ ଫେକ୍ଟ୍ରିକୁ ଯାଇଥିବା ବେଳେ ଘରେ ଦୟାନିଧି, ତାଙ୍କ ପତ୍ନୀ, ବଡ଼ପୁଅ […]

author-image
Manoranjan Sial
ଘର ଭିତରେ ପୋଡ଼ିଗଲେ ବାପା, ମାଆ, ପୁଅ ଓ ବୋହୂ

Kalyansingpur

କଲ୍ୟାଣସିଂହପୁର(ମାଉଡି ବାରିକ): ଘର ଭିତରେ ପୋଡ଼ିଗଲେ ବାପା, ମାଆ, ପୁଅ ଓ ବୋହୂ। ସେମାନଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

Advertisment

କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁର ଦୟାନିଧି ବେହେରାଙ୍କର ବେକେରୀ ଫ୍ୟାକ୍ଟ୍ରି ରହିଛି। ତାଙ୍କର ଦୁଇ ପୁଅ ବେକେରୀ ଫେକ୍ଟ୍ରିକୁ ଯାଇଥିବା ବେଳେ ଘରେ ଦୟାନିଧି, ତାଙ୍କ ପତ୍ନୀ, ବଡ଼ପୁଅ ଓ ବୋହୂ ଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ଘର ଭିତରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

ଚିତ୍କାର ଶୁଣି ସାହି ପଡ଼ିଶା କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଦୟାନିଧି, ତାଙ୍କ ପତ୍ନୀ ଓ ପୁଅଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଗୁରୁତର ରହିଛି। ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା କୁହାଯାଉଛି। ମାତ୍ର ଦୟାନିଧିଙ୍କ ବୋହୂ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟ ଦୁଇ ପୁଅ ଘରେ ନଥିବା ସୁରକ୍ଷିତ ଅଛନ୍ତି।

Advertisment

ଘର ଭିତରେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା? ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ମାତ୍ର ନିଆଁ ଲାଗିବାର କାରଣ ପୁଲିସ୍‌ ଜାଣିପାରି ନାହିଁ।