Advertisment

ଗୋଟିଏ ଦିନରେ ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଦିନରେ ଭିଜିଲାନ୍ସ ଜାଲରେ ପଡ଼ିଲେ ୪ ସରକାରୀ ବାବୁ। ଆଜି ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହିକ୍ରମରେ ଭିଜିଲାନ୍ସ ନୟାଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର ଓ କୋରାପୁଟରେ ଚଢ଼ାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି। ନୟାଗଡ଼ ଜିଲ୍ଲା ରଣପୁର ଆରଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରୁଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳର ୪ଟି […]

ଅଦ୍ୟତନ ହୋଇଛି
ଗୋଟିଏ ଦିନରେ ଭିଜିଲାନ୍ସ ଜାଲରେ ୪ ସରକାରୀ ବାବୁ

subarnpur

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଦିନରେ ଭିଜିଲାନ୍ସ ଜାଲରେ ପଡ଼ିଲେ ୪ ସରକାରୀ ବାବୁ। ଆଜି ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହିକ୍ରମରେ ଭିଜିଲାନ୍ସ ନୟାଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର ଓ କୋରାପୁଟରେ ଚଢ଼ାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି।

Advertisment

ନୟାଗଡ଼ ଜିଲ୍ଲା ରଣପୁର ଆରଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରୁଷିନାଥଙ୍କ ଘର ସମେତ ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳର ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ବିଭାଗର ୪ଜଣ ଡିଏସପିଙ୍କ ନେତୃତ୍ୱରେ ୮ଜଣ ଇନ୍ସପେକ୍ଟର ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ।

ସେହିପରି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ପରମାଣପୁର ରାଜସ୍ଵ ନିରୀକ୍ଷକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କ ନାମ ଭିକାରି ଚରଣ କୁସୁମ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଜଣେ ବ୍ୟକ୍ତିଙ୍କ ନାଁରେ ଜମିର ROR ବାହାର କରିଦେବା ପାଇଁ ସେ ଏହି ଟଙ୍କା ନେଇଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇଛି।

Advertisment

କୋରାପୁଟ ସିମିଳିଗୁଡ଼ା ତହସିଲ୍ ଦୁଧାରୀ ଆରଆଇ କ୍ଷୀରାବ୍ଧି ତନୟା ସ୍ୱାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଡୋଳିଆମ୍ବ ଗ୍ରାମର ଜୟରାମପାଙ୍ଗିଙ୍କ ଠାରୁ ଉତ୍ତରାଧିକାରୀ (ଲିଗାଲହେର) ପ୍ରମାଣପତ୍ର ରିପୋର୍ଟ ଦେବା ସକାଶେ ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନସ ଟିମ ଦ୍ୱାରା ଧରାପଡିଛନ୍ତି।

ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକ୍ସନ୍ ଅଫିସର୍ ରମେଶ ପ୍ରସାଦ ନାଗଙ୍କ ନିକଟରୁ ୧.୩ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଭିଜିଲାନ୍ସ ବିଭାଗର ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦସ୍ୟ ଏହି ଚଢ଼ାଉରେ ସାମିଲ୍ ହୋଇଥିଲେ। ଭିଜିଲାନ୍ସ ଆଜି ସୁବର୍ଣ୍ଣପୁର ସମେତ ବଲାଙ୍ଗିରର ତିନୋଟି ସ୍ଥାନରେ ଚଢ଼ାଉ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe