ରାଉରକେଲା (ପବନ ତିୱାରୀ): ରାଉରକେଲା ଝୀରପାଣି ପୁଲିସ୍ ଏକ ଚୋରଗ୍ୟାଙ୍ଗର ପର୍ଦ୍ଦଫାସ୍ କରିଛି। ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟ ଗିରଫ ହୋଇଥିବା ବେଳେ, ଅନ୍ୟମାନଙ୍କୁ ଗିରଫ କରିବାକୁ ପୁଲିସ୍ ଉଦ୍ୟମ ଜାରି ରଖିଛି।
ଗିରଫ ଅଭିଯୁକ୍ତମାନେ ହେଲେ ହେଲି କୁଜୁର, ଶିବ କୁମାର ହିଣ୍ଡୋଚା, ଦୀପକ କୁମାର ଗୌଡ଼ ଓ ସନ୍ଦୀପ ଘୋଷ। ସେମାନଙ୍କ ପାଖରୁ ଗୋଟିଏ ବାଇକ୍, ଏକ ଅଟୋ, ସ୍କୁଟି ଜବତ ହୋଇଛି। ଏହାସହ ୬୦ ଗ୍ରାମ ସୁନା, ରୂପା ବିସ୍କୁଟ, ୭୦ ଗ୍ରାମ ରୂପା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଓ ଗୋଟିଏ ଏଲ୍ଇଡି ଟିଭି ମଧ୍ୟ ଜବତ କରାଯାଇଛି।
ଝୀରପାଣି ଥାନାରେ ଏମାନଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଥିବା ରାଉରକେଲା ଡିଏସ୍ପି ଜ୍ୟୋର୍ତିମୟ ଭୁକ୍ତା କହିଛନ୍ତି।
ବିଶେଷ କରି ଝୀରପାଣି, କୋଏଲ ନଗର ଅଞ୍ଚଳରେ ଏମାନେ ଚୋରି କରୁଥିଲେ। ଦିନ ବେଳେ ଏମାନେ ବନ୍ଧ ଥିବା ଘର ଉପରେ ନଜର ରଖୁଥିଲେ। ରାତି ହେଲେ କବାଟ ତାଡ଼ି ଭିତରେ ପଶି ଲୁଟ୍ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଆରପିଏଫ ଏଏସଆଇ
ହଷ୍ଟେଲ ବନ୍ଦ ଥିବାରୁ ରାଜଧାନୀରେ ଏକୁଟିଆ ହୋଇ ଯାଇଥିବା ଯୁବତୀ ଆରପିଏଫ ଥାନାକୁ ଯାଇଥିଲେ ।
Crime
ରାଜଧାନୀରେ ବୀଭତ୍ସ ହତ୍ୟା ଘଟଣା, ମୃତକଙ୍କ ପରିଚୟ ମିଳିଲା
ମୃତକ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ବୋଲି ଜଣାଯାଇଛି। ସେ ପୁଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।
Crime
ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ, ୫ ମାମଲାରୁ ନିର୍ଦ୍ଦୋଷରେ ଖଲାସ
ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି ମାମଲାରୁ ପ୍ରଦୀପଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ।
Events & Festivals
ପ୍ରବାସୀ ଭାରତୀୟ ସମ୍ମେଳନ ଆରମ୍ଭ, ମୁଖ୍ୟମନ୍ତ୍ରୀ କହିଲେ- ପ୍ରବାସୀମାନେ କଲଚରାଲ ଆମ୍ବାସଡର
ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ।
Crime
ଦୁଇ ଶ୍ରମିକଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ବନ୍ଧା ହେଲେ ଦୁଇ ଯୁବକ
ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ପରିତ୍ୟକ୍ତ ଘରେ ରଖିଥିଲେ।