Advertisment

ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ: ୪ ଗିରଫ

ରାଉରକେଲା (ପବନ ତିୱାରୀ): ରାଉରକେଲା ଝୀରପାଣି ପୁଲିସ୍‌ ଏକ ଚୋରଗ୍ୟାଙ୍ଗର ପର୍ଦ୍ଦଫାସ୍‌ କରିଛି। ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟ ଗିରଫ ହୋଇଥିବା ବେଳେ, ଅନ୍ୟମାନଙ୍କୁ ଗିରଫ କରିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି। ଗିରଫ ଅଭିଯୁକ୍ତମାନେ ହେଲେ ହେଲି କୁଜୁର, ଶିବ କୁମାର ହିଣ୍ଡୋଚା, ଦୀପକ କୁମାର ଗୌଡ଼ ଓ ସନ୍ଦୀପ ଘୋଷ। ସେମାନଙ୍କ ପାଖରୁ  ଗୋଟିଏ ବାଇକ୍‌, ଏକ ଅଟୋ, ସ୍କୁଟି ଜବତ ହୋଇଛି। ଏହାସହ ୬୦ ଗ୍ରାମ ସୁନା, ରୂପା ବିସ୍କୁଟ, ୭୦ […]

ଅଦ୍ୟତନ ହୋଇଛି
ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ: ୪ ଗିରଫ

rkl1

Advertisment

ରାଉରକେଲା (ପବନ ତିୱାରୀ): ରାଉରକେଲା ଝୀରପାଣି ପୁଲିସ୍‌ ଏକ ଚୋରଗ୍ୟାଙ୍ଗର ପର୍ଦ୍ଦଫାସ୍‌ କରିଛି। ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟ ଗିରଫ ହୋଇଥିବା ବେଳେ, ଅନ୍ୟମାନଙ୍କୁ ଗିରଫ କରିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ ହେଲି କୁଜୁର, ଶିବ କୁମାର ହିଣ୍ଡୋଚା, ଦୀପକ କୁମାର ଗୌଡ଼ ଓ ସନ୍ଦୀପ ଘୋଷ। ସେମାନଙ୍କ ପାଖରୁ  ଗୋଟିଏ ବାଇକ୍‌, ଏକ ଅଟୋ, ସ୍କୁଟି ଜବତ ହୋଇଛି। ଏହାସହ ୬୦ ଗ୍ରାମ ସୁନା, ରୂପା ବିସ୍କୁଟ, ୭୦ ଗ୍ରାମ ରୂପା ଅଳଙ୍କାର, ନଗଦ ୧୫ ହଜାର ଟଙ୍କା ଓ ଗୋଟିଏ ଏଲ୍‌ଇଡି ଟିଭି ମଧ୍ୟ ଜବତ କରାଯାଇଛି।

ଝୀରପାଣି ଥାନାରେ ଏମାନଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଥିବା ରାଉରକେଲା ଡିଏସ୍‌ପି ଜ୍ୟୋର୍ତିମୟ ଭୁକ୍ତା କହିଛନ୍ତି।

Advertisment

ବିଶେଷ କରି ଝୀରପାଣି, କୋଏଲ ନଗର ଅଞ୍ଚଳରେ ଏମାନେ ଚୋରି କରୁଥିଲେ। ଦିନ ବେଳେ ଏମାନେ ବନ୍ଧ ଥିବା ଘର ଉପରେ ନଜର ରଖୁଥିଲେ। ରାତି ହେଲେ କବାଟ ତାଡ଼ି ଭିତରେ ପଶି ଲୁଟ୍‌ କରୁଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe