Advertisment

ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁକୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ବାପା ଓ ମାଆଙ୍କର କୋଭିଡ୍‌ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାର ପଜିଟିଭ୍‌ ଆସିଲା। ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ ଆଇସୋଲେସନରେ ରଖାଯାଇଛି। ଆସନ୍ତାକାଲି ବାପା ଓ ମାଆଙ୍କର ପୁଣି କରାଯିବ କୋଭିଡ୍‌ ଟେଷ୍ଟ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ସଂକ୍ରମଣ ଆଶଙ୍କା ବଢ଼ୁଛି, ତଥାପି ସବୁ କୋହଳ !

corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନ୍‌ରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ବାପା ଓ ମାଆଙ୍କର କୋଭିଡ୍‌ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାର ପଜିଟିଭ୍‌ ଆସିଲା। ସେମାନଙ୍କୁ ଇନ୍‌ଷ୍ଟିଚ୍ୟୁସନାଲ ଆଇସୋଲେସନରେ ରଖାଯାଇଛି। ଆସନ୍ତାକାଲି ବାପା ଓ ମାଆଙ୍କର ପୁଣି କରାଯିବ କୋଭିଡ୍‌ ଟେଷ୍ଟ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସେପଟେ ଆଜି ବିଏମ୍‌ସି ଅଞ୍ଚଳରେ ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୫ ଲୋକାଲ୍‌ କେସ ରହିଛି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୩୧୫୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୯୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment